ଭାରତ ବନ୍ଦ ସମର୍ଥନରେ ଏସ ୟୁ ସି ଆଇ (କମ୍ୟୁନିଷ୍ଟ )ପକ୍ଷରୁ ପ୍ରତିବାଦ ଶୋଭାଯାତ୍ରା।

0

ଯାଜପୁର ରୋଡ଼/ ବଡ଼ଚଣା (ପ୍ରଫୁଲ୍ଲ ସାହୁ) : କେନ୍ଦ୍ର ବି ଜେ ପି ସରକାର କର୍ପୋରେଟ ସ୍ୱାର୍ଥରେ ଆଣିଥିବା ୩ଟି କଳା କୃଷି ଆଇନ ବାତିଲ ଦାବିରେ ସଂଯୁକ୍ତ କିଷାନ ମୋର୍ଚ୍ଚା ଆହ୍ୱାନରେ ସାରା ଦେଶରେ ବନ୍ଦ ପାଳନ କରାଯାଉଛି | ଏହି ଦାବୀ କୁ ସମର୍ଥନ କରି ଆଜି ଏସ ୟୁ ସି ଆଇ (କମ୍ୟୁନିଷ୍ଟ ), ଏ ଆଇ କେ କେ ଏମ ଏସ, ଏ ଆଇ ଡି ଏସ ଓ, ଏ ଆଇ ଡି ୱାଇ ଓ ପକ୍ଷରୁ ଯାଜପୁର ରୋଡ ଠାରେ ସଂଗଠନ ର କର୍ମୀ ମାନେ ଏକ ପଟୁଆରରେ ୩ଟି କଳା କୃଷି ଆଇନ ବାତିଲ କର, ବିଦ୍ୟୁତ ଆଇନ ୨୦୨୦ ରଦ୍ଧ କର, କୃଷି ଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ କୁ ଆଇନ ସମ୍ମତ କରିବା, ଦରଦାମ ବୃଦ୍ଧି ବନ୍ଦକର ଆଦି ସ୍ଲୋଗାନ ଦେଇ ବଜ଼ାର ପରିକ୍ରମା କରି ଗୋପବନ୍ଧୁ ଛକରେ ମିଳିତ ହୋଇଥିଲେ। ସେଠାରେ ପାର୍ଟିର ରାଜ୍ୟ କମିଟି ସଭ୍ୟ କେଦାରନାଥ ସାହୁଙ୍କ ସଭାପତିତ୍ୱରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା |ଏହି ସଭାରେ ମୁଖ୍ୟବକ୍ତା ଭାବେ ରାଜ୍ୟ କମିଟି ସଭ୍ୟ କମ୍ରେଡ ବିଜୟାନନ୍ଦ ମଲ୍ଲିକ କେନ୍ଦ୍ର ସରକାର ଙ୍କର କୃଷି ମ|ରଣ ନୀତିର ଦୃଢ ନିନ୍ଦା କରିବା ସଙ୍ଗେ ସଙ୍ଗେ ଏହି ବନ୍ଦ କୁ ସଫଳ କରିବାକୁ ସର୍ବସ୍ତରର ଜନଗଣ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ |ଅନ୍ୟମାନଙ୍କ ମଧ୍ୟରେ ସଂଗଠକ କମ୍ରେଡ ମେଘନାଦ ମଲିକ, କମ୍ରେଡ ବିଜୟ ଜେନା, କମ୍ରେଡ ଅଲେଖ ମଲ୍ଲିକ, କମ୍ରେଡ ହୃଷିକେଶ ସିଂ,କମ୍ରେଡ ଶରତ ଜେନା, କମ୍ରେଡ ରାଧାକାନ୍ତ ଜେନା, କମ୍ରେଡ ମହେଶ୍ୱର ପୃଷ୍ଟି, କମ୍ରେଡ ଲଷ୍ମୀଧର କବି, କମ୍ରେଡ ତୁଷାରସେନ ମଲ୍ଲିକ,କମ୍ରେଡ ଯୋଗେନ୍ଦ୍ର ପାତ୍ର, କମ୍ରେଡ ଦୟାନିଧି ଜେନା ପ୍ରଭୃତି ବନ୍ଦ କୁ ସଫଳ କରିବା କ୍ଷେତ୍ରରେ ପ୍ରମୁଖ ଭୂମିକା ପାଳନ କରିଥିଲେ |ଏହି ବନ୍ଦକୁ ସମର୍ଥନ କରି ଦୋକାନ ବଜ଼ାର, ସରକାରୀ ଅଫିସ ସମେତ ବିଭିନ୍ନ ବ୍ୟାବସାୟିକ ପ୍ରତିଷ୍ଠାନ ବନ୍ଧ ରହିଥିଲା।କେନ୍ଦ୍ର ସରକାର ଏହି ୩ଟି କଳା କୃଷି ଆଇନ କୁ ଅବିଳମ୍ବେ ପ୍ରତ୍ୟାହାର କରିବାକୁ ଆନ୍ଦୋଳନ କାରିମାନେ ଦୃଢ ଦାବି କରିଛନ୍ତି।

Leave A Reply

Your email address will not be published.