ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଠାରେ ସର୍ବ ଭାରତୀୟ କୃଷକ ସଂଘଠନର ଦେଶ ବ୍ୟାପି ସୋମବାର ଭାରତ ବନ୍ଦ ଡାକରାକୁ ଆମ୍ ଆଦମୀ ପାର୍ଟି ଏବଂ କଂଗ୍ରେସ ତରଫରୁ ସମର୍ଥନ କରାଯିବା ସହ ରାସ୍ତାରୋକ କରାଯାଇଛି। କେନ୍ଦ୍ର ସରକାରଙ୍କ ଚାଷୀ ମାରଣା ନୀତି ,ତଥା ତିନୋଟି କୃଷି ଆଇନ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏହି ଆଇନ ଉଛେଦ ପାଇଁ ଦାବି କରାଯାଇଥିଲା । କୃଷକ ହେଉଛି ଦେଶର ଅନ୍ନଦାତା ତଥା ଆମ ଦେଶର ମେରୁଦଣ୍ଡ । ସମ୍ମାନର ସହ ବଞ୍ଚିବା ସହ ଉତ୍ପାଦିତ କୃଷିଜାତ ଦ୍ରବ୍ୟର ଉପଯୁକ୍ତ ମୂଲ୍ୟ ପାଇଁ ଦାବି କରାଯାଇଥିଲା । ସନ୍ଥ କବି ଭୀମଭୋଇ ସଂଗଠନର ସଭାପତି ମହେଶ ପ୍ରଧାନ ନବ ନିର୍ମାଣ କୃଷକ ସଂଗଠନର ସଭାପତି ଦିବାକର ପୃଷ୍ଟି କୃଷକ ନେତା ଦଳଗୋବିନ୍ଦ ପ୍ରଧାନ ରାମ କୁମାର ପ୍ରଧାନ, ଭଗବାନ ପ୍ରଧାନ, ଦିଲ୍ଲୀପ ପ୍ରଧାନ, ରମେଶ ସ୍ୱାଇଁ ଏବଂ ଅଜୟ କୁମାର ସାହୁ ଆପ୍ ରେଢ଼ାଖୋଲ ବିଧାନ ସଭା ସଭାପତି, ଅନ୍ତର୍ଯ୍ୟାମୀ ପ୍ରଧାନ ଆପ ରେଢ଼ାଖୋଲ ବିଧାନ ସଭା ସାଧାରଣ ସମ୍ପାଦକ, ବିଜୟ ସଂଗ୍ରାମ ସ୍ୱାଇଁ, ହିମାଂଶୁ ଧଳ, ଆପ ରେଢ଼ାଖୋଲର ଅନେକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିବା ବେଳେ କଂଗ୍ରେସ ଦଳର ସଭାପତି ଗୌରୀ ଶଙ୍କର ପାତ୍ର, ଯୁବ କଂଗ୍ରେସ ସଂଗଠକ ସୁନିଲ କୁମାର ପ୍ରଧାନ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post