ଗୁଲାବ ବାତ୍ୟାକୁ ଦୃଷ୍ଟିରେ ରଖି କଲ୍ୟାଣୀ ଓ ନାଗାବଳୀ ନଦୀ କୂଳରେ ଅବସ୍ଥିତ ଗ୍ରାମରେ ପ୍ରଶାସନର ସଚେତନା କାର୍ଯ୍ୟକ୍ରମ ।

0

କଲ୍ୟାଣସିଂହପୁର/ ପ୍ରଦୀପ ଦଲାଇ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗୁଲାବ ବାତ୍ୟା କୁ ନେଇ ରାୟଗଡା ଜିଲ୍ଲାପାଳ ଶ୍ରୀ ସରୋଜ  କୁମାର ମିଶ୍ର ରେଡ଼ ଜୋନ ରେ ଘୋଷଣା କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି କଲ୍ୟାସିଂହପୁର ବ୍ଲକ ରେ ନଦୀ କୂଳରେ ଅବସ୍ଥିତ ଥିବା ଗ୍ରାମ ଗୁଡ଼ିକ ଙ୍କୁ ତହସିଲ ପ୍ରଶାସନ ପକ୍ଷରୁ କଲ୍ୟାଣୀ ଓ ନାଗାବଳୀ ନଦୀ କୂଳରେ ଅବସ୍ଥିତ ଥିବା ମାଝୀଗୁଡା ପଞ୍ଚାୟତର ଜିଲୁଣ୍ଡା, କୁମ୍ଭାରଗୁଡା, କତାଗୁଡା, କୁରାଡି,ବଡ କନ୍ଧ କାତିପାଡୁ ,ପୂଜାରୀଗୁଡା ପଞ୍ଚାୟତର ପୂଜାରୀଗୁଡା , ମୋନାରି ଗୁଡା,ବିନିଶପୁର, ବଡଦ୍ୱାର ସାହି ରେ ଲୋକଙ୍କୁ ରାଜସ୍ୱ ଅଧିକାରୀ ସନ୍ତୋଷ କୁମାର ପାଣିଗ୍ରାହୀ, ମିନାକ୍ଷୀ ପାଣିଗ୍ରାହୀ ଗାଁ ବୁଲି ବୁଲି ସଚେତନତା କରିବା ସହିତ ବର୍ଷା ଓ ପବନ ହେବା ମାତ୍ରେ ନିକଟରେ ଥିବା ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ରରେ ଆଶ୍ରୟ ନେବା ପାଇଁ ପରାମର୍ଶ ଦେଇଥିଲେ । ମାଝୀଗୁଡା ପଞ୍ଚାୟତରେ କିଛି ଗାଁକୁ ଶୁଖିଲା ଖାଦ୍ୟ ସାମଗ୍ରୀ ପ୍ରଦାନ କରାଯାଇଛି ।ବ୍ଲକର ଉଭୟ ପାର୍ଶ୍ୱରେ ଥିବା ନାଗାବଳୀ ଓ କଲ୍ୟାଣୀ ନଦୀ କୂଳରେ ଅବସ୍ଥିତ ଥିବା ଗ୍ରାମକୁ ମଧ୍ୟ ପ୍ରଶାସନ ପହଞ୍ଚି ବର୍ଷା ଓ ପବନ ହେବା ମାତ୍ରେ ନିକଟସ୍ଥ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦରେ ଆଶ୍ରୟ ନେବାପାଇଁ ପରାମର୍ଶ ଦିଆଯାଇଛି । ଆଜି ବିଡ଼ିଓ ସୁଧାକର ରଇତ ମଧ୍ୟ ନଦୀକୂଳିଆ ଗାଁକୁ ଯାଇ ସଚେତନ କରିଛନ୍ତି ।ବାତ୍ୟା ପୂର୍ବରୁ ପ୍ରଶାସନ ପକ୍ଷରୁ ସଜାଗ କରାଇ ଥିବା ଦେଖିବାକୁ ମିଳିଛି ।ଏଥିପାଇଁସ୍ଥାନୀୟ ବଡବ୍ରାହ୍ମଣ ପ୍ରାଥମିକ ବିଦ୍ୟାଳୟରେ ପ୍ରଶାସନ ପକ୍ଷରୁ ଅସହାୟ ବୁଡାବୁଢ଼ୀ ମାନଙ୍କ ପାଇଁ ଅସ୍ଥାୟୀ ଆହାର କେନ୍ଦ୍ର କରାଯାଇଥିବା ବିଡ଼ିଓ ସୁଧାକର ରଇତ କହିଛନ୍ତି ।

Leave A Reply

Your email address will not be published.