ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଗୁମାମାହା ଗ୍ରାମପଞ୍ଚାୟତର ପ୍ରାୟ ୧୫୦୦ରୁ ଉର୍ଦ୍ଧ୍ବ ଶ୍ରମିକ ସରକାରଙ୍କ ଦ୍ୱାରା ଘୋଷଣା କରାଯାଇ ଥିବା ଅତିରିକ୍ତ ୫୦ ଟଙ୍କା କୋଭିଡ ସହାୟତା ରାଶି ପାଇନ ଥିବା ଅଭିଯୋଗ ହୋଇଛି I ଗୁମାମାହା ପଞ୍ଚାୟତ ବାସୀଙ୍କ ଅଭିଯୋଗ ଅନୁସାରେ କୋଭିଡ-୧୯ ମହାମାରୀ ସମୟରେ ୫୦ ଦିନ କାମ କରିଥିବା ଶ୍ରମିକମାନଙ୍କୁ ପ୍ରତ୍ୟକ ପ୍ରତ୍ୟେକ ଦିନ ଅତିରିକ୍ତ ୫୦ ଟଙ୍କା ଦେବା ପାଇଁ ସରକାର ଘୋଷଣା କରି ଥିଲା I କିନ୍ତୁ ବର୍ତ୍ତମାନ ସୁଦ୍ଧା ସରକାରଙ୍କ ଦ୍ୱାରା ଘୋଷଣା କରାଯାଇ ଥିବା ଅତିରିକ୍ତ ୫୦ ଟଙ୍କା ଶ୍ରମିକମାନଙ୍କୁ ମିଳିନ ଥିବା ଗୁମାମାହା ପଞ୍ଚାୟତର ସଚେତନ ନାଗରିକ ଜୁଳିଆନ ନାୟକ ଅଭିଯୋଗ କରିଛନ୍ତି I ଘଟଣାକୁ ନେଇ ଜୁଲିଆନ ନାୟକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଇକିଆଙ୍କୁ ଯୋଗାଯୋଗ କରିଥିଲେ I ଏହି ଦାଇତ୍ୱ ପଞ୍ଚାୟତ ଅଫିସରଙ୍କୁ ଦିଆଯାଇ ଦିଆଯାଇ ଥିବା ଗୋଷ୍ଠୀ ଉନ୍ନୟନ ଅଧିକାରୀ କହିଥିଲେ I ପୁଣି ଜୁଲିଆନ ନାୟକ ଗ୍ରାମପଞ୍ଚାୟତ ଅଧିକାରୀଙ୍କୁ ପଚାରି ଥିଲେ I ସମସ୍ତ କାଗଜ ପତ୍ର ବ୍ୟାଙ୍କକୁ ପ୍ରଦାନ କରାଯାଇ ଥିଲେ ସୁଦ୍ଧା ଶ୍ରମିକଙ୍କ ଜମା ଖାତାକୁ ଅତିରିକ୍ତ ୫୦ ଟଙ୍କା କୋଭିଡ ସହାୟତା ରାଶି ଯାଇନ ଥିବା ଜୁଲିଆନ ନାୟକ ସୂଚନା ଦେଇଛନ୍ତି I ଦାଇତ୍ୱରେ ଥିବା ବ୍ୟଙ୍କ ଏବଂ ବ୍ଲକ କର୍ମଚାରୀଙ୍କ ସକାଶେ ଶ୍ରମିକମାନେ ସରକାରଙ୍କ ଅତିରିକ୍ତ ଅନୁଦାନ ନ ପାଇ ବହୁ ଅସୁବିଧାର ସମ୍ମୁଖୀନ ହେଉ ଥିବା ଗୁମାମାହାର ବାସୀନ୍ଧା ରମାକାନ୍ତ ପ୍ରଧାନ ପ୍ରକାଶ କରିଛନ୍ତି I ଏହି ଘଟଣା ସମ୍ପର୍କରେ ଅତିରିକ୍ତ ୫୦ ଟଙ୍କା ଲେଖାଏଁ ୫୦ ଦିନର ମଜୁରୀ ପାଇନ ଥିବା ପ୍ରାୟ ୧୫୦୦ରୁ ଉର୍ଦ୍ଧ୍ବ ଶ୍ରମିକ ରାଇକିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଲିଖିତ ଭାବରେ ଜଣାଇ ଥିଲେ ମଧ୍ୟ କୌଣସି ସୁଫଳ ମିଳିନ ଥିବା ଜୁଲିଆନ ନାୟକ ସୂଚନା ଦେଇଛନ୍ତି I ଯଦି ପ୍ରଶାସନ ଶ୍ରମିକଙ୍କ ଝାଳ ବୁହା ମଜୁରୀ ଟଙ୍କା ପ୍ରଦାନ ପାଇଁ ତତ୍ପରତା ନ ଦେଖାନ୍ତି ତାହାହେଲ ଆଗାମୀ ଦିନରେ ଆନ୍ଦୋଳନ କରାଯିବା ବୋଲି ଜୁଲିଆନ ନାୟକ, ରମାକାନ୍ତ ପ୍ରଧାନ, ରାଜେଶ ପ୍ରଧାନ, ସ୍ୱରୂପା ପ୍ରଧାନ, ସୁବେକ ପ୍ରଧାନ, ଆଲୋକ ପ୍ରଧାନ, ଜବାନ ପ୍ରଧାନ, ରଜନୀ ପ୍ରଧାନ, ସଶ୍ମିତା ପ୍ରଧାନ, ସୁଭଦ୍ରା ପ୍ରଧାନ, ଅଜୟ ଦେହୁରୀ, ରୁନିମା କୋଂହର ପ୍ରମୁଖ ଚେତାବନୀ ଦେଇଛନ୍ତି I
Sign in
Sign in
Recover your password.
A password will be e-mailed to you.