ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ଠାରେ ଘୁ.ଉଦୟଗିରି କାର୍ଯ୍ୟରତ ସାମ୍ବାଦିକଙ୍କ ତରଫରୁ ଯୁବସାମ୍ବାଦିକ ଅରିନ୍ଦମ ଦାସଙ୍କୁ ଗାନ୍ଧୀ ଛକ ଠାରେ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଛି I ଏହି ଶ୍ରଦ୍ଧାସୁମନ ଅର୍ପଣ ସଭାରେ ବରିଷ୍ଠ ସାମ୍ବାଦିକ ବିଦ୍ୟାଧର ପାଳ, ବରିଷ୍ଠ ସାମ୍ବାଦିକ ଦେଵନାଥ ଦଳବେହେରା, ବରିଷ୍ଠ ସାମ୍ବାଦିକ ପତିତପାବନ ସାହୁ, ସାମ୍ବାଦିକ ପ୍ରଶ୍ନନ କୁମାର ମିଶ୍ର, ସାମ୍ବାଦିକ ଲିଲିମା ରାଓ, ସାମ୍ବାଦିକ ଗଗନ କୁମାର ପ୍ରଧାନ, ସାମ୍ବାଦିକ ଅନିଲ କୁମାର ଦଳବେହେରା, ସାମ୍ବାଦିକ ଚନ୍ଦ୍ରଶେଖର ପାଢ଼ୀଙ୍କ ସହ ବିଭିନ୍ନ ରାଜନୈତିକ ଦଳର ନେତା ଓ ଅଞ୍ଚଳର ସମାଜେସେବୀ ଯଥା ପୂର୍ବତ୍ତନ ଏନଏସି ଅଧକ୍ଷ ପି ସଂଜୀବ ପାତ୍ର, ପୂର୍ବତ୍ତନ ବ୍ଲକ କଂଗ୍ରେସ ସଭାପତି ଟାର୍ଜନ ସାହୁ, ନଗର କଂଗ୍ରେସ ସଭାପତି ଏନ ରାଜା ରାଓ, ବିଜେପି ନେତା ମାନଗୋବିନ୍ଦ ପ୍ରଧାନ ବିଜେପି ନେତା ମାୟାବନ୍ଧୁ ପ୍ରଧାନ, ସଚେତନ ନାଗରିକ ଅବନୀ କୁମାର ପ୍ରଧାନ ଓ ଚିନ୍ମୟ ସେଠିଙ୍କ ସମେତ ବହୁ ଜନସାଧାରଣ ଯୋଗ ଦେଇଥିଲେ I ଏହି କାର୍ଯ୍ୟକ୍ରମକୁ ସାମ୍ବାଦିକ ଗଗନ କୁମାର ପ୍ରଧାନ ପରିଚାଳନା କରିଥିଲେ I ଉପସ୍ଥିତ ସମସ୍ତ ଅତିଥି କ୍ୟାଣ୍ଡେଲ ଜାଳି ଯୁବସାମ୍ବାଦିକ ସ୍ବର୍ଗତ ଅରିନ୍ଦମ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଅରିନ୍ଦମ ଦାସ ଅମର ରାହେ ବୋଲି ନାରା ଦେଇ ଥିଲେ I ଏହା ସହ ଯୁବସାମ୍ବାଦିକ ସ୍ବର୍ଗତ ଅରିନ୍ଦମ ଦାସଙ୍କ ପରିବାରକୁ ଯଥାସମ୍ଭବ ସରକାରୀ ସହାୟତା ଯୋଗାଇବା ନିମନ୍ତେ ଘୁ.ଉଦୟଗିରି ସାମ୍ବାଦିକଙ୍କ ତରଫରୁ ଦାବୀ କରାଯାଇଛି I
Sign in
Sign in
Recover your password.
A password will be e-mailed to you.