ପଦ୍ମପୁର: ଅରିନ୍ଦମଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

0

ପଦ୍ମପୁର(ଶାସକପ୍ରଶାସକ)-ଅରିନ୍ଦମ ପରି ଯୁବ ସାମ୍ବାଦିକଙ୍କୁ ହରାଇ ସାରା ଓଡ଼ିଶା ସ୍ତବ୍ଧ । ସବୁ ବର୍ଗର ଲୋକ ମର୍ମାହତ।  କାରଣ ବର୍ଷା, ବନ୍ୟା, ବାତ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରିପୋର୍ଟିଂ ପାଇଁ ସାଙ୍ଗେ ସାଙ୍ଗେ ଅରିନ୍ଦମଙ୍କ ଚେହେରା ଆଖି ସାମନାକୁ ଆସିଯାଏ  । କେବଳ ସାମ୍ବାଦିକ ଜଗତ ନୁହେଁ, ସାଧାରଣ ଲୋକ ମଧ୍ୟ ତାଙ୍କର ସରଳ ଅମାୟିକ ବ୍ୟବହାର, ହସମିଜାଜ ଚେହେରାକୁ ଏବେ ସମସ୍ତେ ଝୁରି ହେଉଛନ୍ତି  । ସୂଚନାଯୋଗ୍ୟ କଟକ ମୁଣ୍ଡଳୀରେ ଫସିଥିବା ଏକ ହାତୀ ସମ୍ପର୍କରେ ଖବର ସଂଗ୍ରହ ପାଇଁ ଓଡ୍ରାଫ୍ ଟିମ୍ ସହ ଗତକାଲି ଅରିନ୍ଦମ ବୋଟ୍‌ରେ ମହାନଦୀ ଭିତରକୁ ଯାଇଥିଲେ। ମାତ୍ର ପ୍ରଖର ସ୍ରୋତରେ ବୋଟଟି ଓଲଟି ପଡ଼ିବାରୁ  ନଦୀରେ ଭାସି ଯାଇଥିଲେ । ଏହାପରେ ତାଙ୍କୁ ଉଦ୍ଧାର କରାଯାଇ କଟକ ଏସସିବିକୁ ଅଣାଯାଇଥିବା ବେଳେ ସେଠାରେ ଅରିନ୍ଦମଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅରିନ୍ଦମଙ୍କ ଅକାଳ ମୃତ୍ୟୁକୁ କେହି ସହଜେ ଗ୍ରହଣ କରି ପାରୁ ନାହାନ୍ତି। ଏହାକୁ ନେଇ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି। ଏ ନେଇ ବହୁ ସ୍ଥାନରେ ବିଭିର୍ଣ ଅନୁଷ୍ଠାନ ମାନଙ୍କ ପକ୍ଷ ରୁ ଅରିନ୍ଦମ ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଉଥିବା ବେଳେ ଆଜି ପଦ୍ମପୁର ଭେଉଁରିଆ ଛକ ଠାରେ ସମ୍ବାଦିକ ସଙ୍ଘ ପକ୍ଷ ରୁ କ୍ୟାଣ୍ଡେଲ ଜାଳି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ପଦ୍ମପୁରର ସାମ୍ବାଦିକ ବିଜୟ କୁମାର ସାହୁ, ପ୍ରିୟରଞ୍ଜନ ଭୋଇ,ଜି ଶ୍ରୀନିବାସ, ନିଳକଣ୍ଠ ଦୀପ,ଆଦର୍ଶ ନାଥ,ସୋମେଶ ଚନ୍ଦ୍ର ମହାନ୍ତି, ସଞ୍ଜିବ ମେହେର, ଡିଲେଶ୍ବର ବାଗ , ସମାଜସେବୀ ନିରୋଜ ଦୋରା, ପଙ୍କଜିନି ପ୍ରଧାନ,ଆଇନଜୀବୀ ଅଜିତ ଶତପଥି ,ଆଇନଜୀବୀ ପ୍ରଶାନ୍ତ ମାଝୀ,ଆଇନଜୀବୀ ସନ୍ତୋଷ ଶତପଥି,ସଂଯୁକ୍ତା ମାଝୀ, ନାଟ୍ୟକାର ଅଶୋକ ବହିଦାର, ପ୍ରତାପ ନାଥ,ଆଶିଷ ନାଥ, ମନୋଜ କୁମାର ପଣ୍ଡା ତଥା ବହୁ ସମାଜିକ କର୍ମୀ, ଅଧିକାରୀ, ବୁଦ୍ଧିଯିବି ଙ୍କ ସହ ବହୁ ଜଣ ସାଧାରଣ ଜମା ହୋଇ ଦୁଃସାହସିକ ସାମ୍ବାଦିକତା ର ଉଦାହରଣ ଅରିନ୍ଦମ ଙ୍କୁ ଭାବପୁର୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

 

Leave A Reply

Your email address will not be published.