ଖବର ବାଜିଲା ସହଯୋଗର ହାତ ବଢାଇଲେ ଯୁବନେତା ଭୋଜରାଜ ।

0

ରେଣୁଙ୍କ ପାଠ ପଢାରେ ଅର୍ଥ ଆଉ ବାଧକ ସାଜିବନି ।

ପଦ୍ମପୁର(ଶାସକପ୍ରଶାସକ)- ଇଛା ଥିଲେ ରାସ୍ତା ଆପେଆପେ ମିଲିଯାଏ । ଏହି ଉକ୍ତିଟିର ସତ୍ୟ ପ୍ରମାଣିତ ହୋଇଛି । ପାଠ ପଢ଼ା ପାଇଁ ଅର୍ଥ ବାଧକ ସାଜିଥିବା ବେଳେ ଆର୍ଥିକ ସହାୟତା ଯୋଗାଇ ଦେବାକୁ ପଦ୍ମପୁର ଉପଜିଲ୍ଲାପାଳ ଙ୍କୁ ଛାତ୍ରୀ ରେଣୁ ସୁନା ଭେଟିଥିଲେ l ଏହି ବିଷୟରେ ଶାସକପ୍ରଶାସକରେ ପ୍ରକାଶିତ ହୋଇଥିଲା । ଏ ଖବର ପାଇ ପଦ୍ମପୁର ନିର୍ବାଚନ ମଣ୍ଡଳୀ ର  ବିଧାୟକ ଶ୍ରୀମାନ ବିଜୟ ରଞ୍ଜନ ସିଂ ବରିହାଙ୍କ ନିର୍ଦ୍ଦେଶ ରେ ଏବଂ ଯୁବନେତା ଭୋଜରାଜ ସିଂ ବରିହାଙ୍କ ଉଦ୍ୟମରେ ବିଜୁ ଛାତ୍ର ଜନତା ଦଳ ପଦ୍ମପୁର ବ୍ଳକ ସଭାପତି ଲୋକନାଥ ମେହେର ଏବଂ ବିଜୁ ଯୁବ ଜନତା ଦଳର ପଦ୍ମପୁର ବ୍ଳକ ଆଇ.ଟି ସଂଯୋଜକ ଚନ୍ଦନ ଚାନ୍ଦ ଯାଇ ଛାତ୍ରୀ ରେଣୁ ସୁନା ଙ୍କୁ ପାଠ ପଢ଼ା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି l ଏଭଳି ମହତ ପ୍ରୟାସ ପାଇଁ ବିଜେଡି ନେତା ଶ୍ରୀମାନ ବରିହା ତଥା ଯୁବନେତା ଶ୍ରୀ ଭୋଜରାଜ ସିଂ ବରିହା ଙ୍କୁ ଭୂୟସୀ ପ୍ରଶଂସା କରାଯାଇଛି l

 

Leave A Reply

Your email address will not be published.