କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ ଜୁନିୟର ପୁରୁଷ ହକି ବିଶ୍ୱକପ : ଆୟୋଜକ ଓଡିଶା

0

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ ଜୁନିୟର ପୁରୁଷ ହକି ବିଶ୍ୱକପ । ଲୋକସେବା ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବଡ଼ ଘୋଷଣା କରିବା ସହ ଜୁନିୟର୍ ବିଶ୍ୱକପ୍ ହକିର ଲୋଗୋ ଓ ଟ୍ରଫି ଉନ୍ମୋଚିତ କରିଛନ୍ତି । ନଭେମ୍ବର ୨୫ରୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ଥିବା ବେଳେ। ଡିସେମ୍ବର ୫ରେ ଖେଳାଯିବ ଫାଇନାଲ ମ୍ୟାଚ । ପୁରୁଷ ଜୁନିୟର ହକି ବିଶ୍ୱକପ୍-୨୦୨୧ ରେ ମୋଟ ୧୬ ଟି ଦେଶ ଭାଗନେବେ
ଏ ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ‘ହକି ଇଣ୍ଡିଆ ରାଜ୍ୟ ସରକାରଙ୍କୁ ସହାୟତା ପାଇଁ ଅନୁରୋଧ କରିଥିବା ଅନୁରୋଧ ଦେଶର ସମ୍ମାନ ଦୃଷ୍ଟିରୁ ଗ୍ରହଣ କରିଛୁ | କରୋନା ମହାମାରୀ ସତ୍ତ୍ୱେ ଏତେ କମ୍ ସମୟରେ ଆମେ ଏହିି ପୁରୁଷ ଜୁନିୟର ବିଶ୍ୱକପ୍ ହକି-୨୦୨୧ ଆୟୋଜନ ପାଇଁ ତୁରନ୍ତ ରାଜି ହୋଇଛୁ ।’

ଅନ୍ତର୍ଜାତୀୟ ହକି ଫେଡେରେସନ୍ ସଭାପତି ଶ୍ରୀ ନରିନ୍ଦର ବାତ୍ରା କହିଛନ୍ତି ଯେ ହକି ପାଇଁ ଓଡିଶା ଏକ ନୂତନ ବେଞ୍ଚମାର୍କ  ସୃଷ୍ଟି  କରିଛି ଏବଂ ବିଶ୍ୱ କ୍ରୀଡା ଇଭେଣ୍ଟ ଆୟୋଜନ କରିବାରେ ଓଡିଶାର ଦକ୍ଷତା ପ୍ରଦର୍ଶନ କରିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଇକନିକ୍ କଳିଙ୍ଗ ଷ୍ଟାଡିୟମ୍ ବର୍ତ୍ତମାନ ବିଶ୍ୱର ସର୍ବୋତ୍ତମ ଷ୍ଟାଡିୟମ୍ |

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ଅନ୍ତର୍ଜାତୀୟ ହକି ଫେଡେରେସନ୍ ର ସଭାପତି ନରିନ୍ଦର ବାତ୍ରା, ହକି ଇଣ୍ଡିଆର ସାଧାରଣ ସମ୍ପାଦକ ରାଜିନ୍ଦର ସିଂହ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, କ୍ରୀଡ଼ା ସଚିବ ଆର.ଭିନୀଲ କ୍ରିଷ୍ଣା, ହକି ଷ୍ଟାର୍ ଦିଲ୍ଲୀପ ତିର୍କୀ ପ୍ରମୁଖ ଯୋଗଦେଇଥିଲେ । ରାଜ୍ୟର ସବୁ ହକି ଖେଳାଳୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.