ବରଗଡ଼ : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଜଟେସିଙ୍ଘା ପଞ୍ଚାୟତର କେଲଗାଁ ରୁ ଗୋଧନେଶ୍ୱର ରାସ୍ତା ଲଗାଣ ବର୍ଷାରେ ଧୋଇ ହୋଇ ଯାଇଥିଲା। ଫଳରେ ଉକ୍ତ ରାସ୍ତାରେ ଯାତାୟାତ ବାଧପ୍ରାପ୍ତ ହେଉଥିଲା। ଉକ୍ତ ରାସ୍ତା ଦେଇ ବୀରମହାରଜପୁର, ରେଢ଼ାଖୋଲ, ବୌଦ୍ଧ ଅଞ୍ଚଳର ଲୋକେ ଗୋଧନେଶ୍ୱର ଶିବ ମନ୍ଦିରକୁ ଯାଇଥାନ୍ତି। ଗତ ସପ୍ତାହରେ ହୋଇଥିବା ପ୍ରବଳ ବର୍ଷା ପ୍ରଭାବରେ ଉକ୍ତ ରାସ୍ତାର ଅଧା ଅଂଶ ଧୋଇହୋଇ ଯାଇଥିଲା। ରାସ୍ତାର ଉଭୟ ପାର୍ଶ୍ବରେ ଥିବା ଗାଡ଼ୱାଲ୍ ମଧ୍ୟ ଭାଙ୍ଗି ଯାଇଥିଲା, ଯେଉଁଥିପାଇଁ ଲୋକେ ବହୁତ ହଇରାଣ ହେବା ସଙ୍ଗେସଙ୍ଗେ ଶୀଘ୍ର ଏହାର ମରାମତି କରିବା ପାଇଁ ଦାବି କରୁଥିଲେ। ବିଭିନ୍ନ ଗଣ ମାଧ୍ୟମରେ ଏହି ଖବର ପ୍ରକାଶିତ ହେବା ପରେ ବରଗଡ଼ ଜିଲ୍ଲା ପାଇକମାଳ ଅଞ୍ଚଳର ସାମାଜିକ କର୍ମୀ ଦିପା ବାରିକ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଅଭିଯୋଗ କରିଥଲେ ଯାହା ପ୍ରଭାବରେ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ତତ୍ପରତା ପ୍ରକାଶ କରି ପାଞ୍ଚଦିନ ମଧ୍ୟରେ ଉକ୍ତ ରାସ୍ତାର ମରାମତି କରାଯାଇଛି। ଉକ୍ତ ରାସ୍ତା ମରାମତି ହେବା ଦ୍ଵାରା ଲୋକମାନେ ଆଶ୍ୱସ୍ଥି ଲାଭ କରିଛନ୍ତି ତଥା ସାମାଜିକ କର୍ମୀ ଦୀପା ବାରିକ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ଓଡ଼ିଶା ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.