ପଦ୍ମପୁର(ଶାସକ ପ୍ରଶାସକ)-ବର୍ତମାନ ଯୁଗରେ ମୋବାଇଲ ବିନା ମଣିଷ ଚଲିବା କଷ୍ଟକର ହୋଇଯାଇଛି ସବୁ କାମରେ ମୋବାଇଲ ଓ ଇଣ୍ଟରନେଟରେ ବହୁଳ ବ୍ୟବହାର ହୋଇଛି ଏମିତିରେ ଯଦି ମୋବାଇଲ ରେ ନେଟୱର୍କ ନଥିବ କୌଣସି କାମ ହୋଇପାରିବନାହିଁ । ଏବେ କୋରୋନା ମହାମାରୀ ଯୋଗୁଁ ପ୍ରାୟତଃ ସବୁ ସରକାରୀ ଓ ବେସରକାରୀ ବିଦ୍ୟାଳୟ ମାନଙ୍କରେ ଅନଲାଇନ ମାଧ୍ୟମ ରେ ପାଠ ପଢ଼ାଉଛନ୍ତି । ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ବୋଡାସମ୍ବର ଗ୍ରାମରେ କୌଣସି ନେଟୱର୍କ ଆସୁନଥିବା ରୁ ଗ୍ରାମର ଛାତ୍ରଛାତ୍ରୀ ଙ୍କ ପାଠ ପଢାରେ ବହୁତ ଅସୁବିଧା ହେଉଛି ତଥା ଅନ୍ୟ ମାନେ ମଧ୍ୟ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏଣୁ ଯଥାଶୀଘ୍ର ସମ୍ଭବ ନେଟୱର୍କ ସଂଯୋଗ ପାଇଁ ଚେଷ୍ଟା କରିବାକୁ ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଉପଜିଲ୍ଲାପାଳଙ୍କ ଠାରେ ବୋଡାସମ୍ବର ଗ୍ରାମବାସୀ ନିବେଦନ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.