ପାଠ ପଢ଼ା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ପଦ୍ମପୁର ଉପଜିଲ୍ଲାପାଳଙ୍କୁ ଭେଟିଲେ ଦଳିତ ଛାତ୍ରୀ

0

ପଦ୍ମପୁର(ଶାସକ ପ୍ରଶାସକ)-ବରଗଡ଼ ଜିଲ୍ଲା ରାଜବୋଡାସମ୍ବର ବ୍ଲକ ଅନ୍ତର୍ଗତ ବାଦିମାଲ ଗାଁ ର ପଦ୍ମପୁର ମହିଳା ଡିଗ୍ରୀ ମହାବିଦ୍ୟାଳୟ ର ଦଳିତ ଛାତ୍ରୀ ରେଣୁ ସୁନା ପଢ଼ିବାପାଇଁ ଆର୍ଥିକ ସହାୟତା ଯୋଗାଇ ଦେବାପାଇଁ ଆଜି ପଦ୍ମପୁର ଉପଜିଲ୍ଲାପାଳଙ୍କୁ ଭେଟି ଲିଖିତ ଆକାରରେ ଜଣାଇବାରୁ ଉପଜିଲ୍ଲାପାଳ ତ୍ରୀଲୋଚନ ପାତ୍ର ସମସ୍ୟା ଉପରେ ଛାତ୍ରୀଙ୍କୁ ପଚାରି ବୁଝିଥିଲେ। ଏବିଷୟରେ ସହକାରୀ ଜିଲ୍ଲା ମଙ୍ଗଳ ଅଧିକାରୀ ଦିଲ୍ଳୀପ ପ୍ରଧାନଙ୍କ ସହ ଉପଜିଲ୍ଲାପାଳ ଆଲୋଚନା କରିବା ସହ ଦରଖାସ୍ତ ଉପରେ ଲେଖି ମହିଳା ଡିଗ୍ରୀ ମହାବିଦ୍ୟାଳୟ ର ଅଧ୍ୟକ୍ଷା ପାଖକୁ ପଠାଇଥିଲେ। ଛାତ୍ରୀଙ୍କ କହିବାନୁଯାୟୀ ୨୦୧୯ ରେ +୩ ପ୍ରଥମ ବର୍ଷ ପଢ଼ିବା ପରେ ୨୦୨୦ ଦ୍ବିତୀୟ ବର୍ଷ ଆର୍ଥିକ ସମସ୍ୟା ହେବାରୁ ରି-ଏଡମିଶନ କରିପାରିନଥିଲେ।୨୦୨୧ବର୍ଷ +୩ ଦ୍ବିତୀୟ ବର୍ଷ ନାମ ଲେଖାଇବା ପାଇଁ ମଧ୍ୟ ସେହି ସମସ୍ୟା ହେବାରୁ ପଦ୍ମପୁର ଉପଜିଲ୍ଲାପାଳଙ୍କୁ ଭେଟି ଛାତ୍ରୀ ଜଣକ ନିଜର ଦୁଃଖ ଜଣାଇଛନ୍ତି। ଛାତ୍ରୀ ଜଣକର ଆହୁରି ଦୁଃଖର ବିଷୟ ହେଲା ଯେ ନିଜର ବାପା ଅଣଦେଖା କରୁଥିବାରୁ ଛାତ୍ରୀ ରେଣୁ ସୁନା ମାମୁଁ ଘର ବୁଡାମାଲକୁ ଆସି ବୃଦ୍ଧ ବୃଦ୍ଧା ଅଜା ଆଈଙ୍କ ଘରେ ଆଶ୍ରୟ ନେଇଛନ୍ତି। ସେମାନେ ମଧ୍ୟ ଅତି ଦରିଦ୍ର ଥିବାରୁ ରେଣୁ ସୁନାକୁ ପଢ଼ାଇବାକୁ ଅକ୍ଷମ ଅଟନ୍ତି। ପରିସ୍ଥିତିର ଭୟାବହ ଭିତରେ ମେଧାବୀ ଛାତ୍ରୀ ରେଣୁ ସୁନା ପାଠ ପଢାରୁ ବଞ୍ଚିତ ହେବାର ଆଶଙ୍କା ମଧ୍ୟ କରୁଛନ୍ତି।ପାଠ ବିନା ବଞ୍ଚିବା ଅସମ୍ଭବ ବୋଲି ଚିନ୍ତାରେ ଅଛନ୍ତି।

Leave A Reply

Your email address will not be published.