ରାୟଗଡ଼ା ବିଜେଡିର ମିଶ୍ରଣ ପର୍ବ , ବିଜେଡିରେ ହେଲେ ସାମିଲ ହେଲେ ଅନେକ କଂଗ୍ରେସ ଓ ବିଜେପି ନେତା

0

ଭୁବନେଶ୍ୱର : ରାୟଗଡ଼ା ବିଜେଡି ପକ୍ଷରୁ ଏକ ମହା ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି | ଏହି ମହାମିଶ୍ରଣ ପର୍ବରେ  ଅନେକ କଂଗ୍ରେସ , ବିଜେପି ନେତା ନିଜ ନିଜ ଦଳ  ଛାଡି ବିଜେଡିରେ ଯୋଗ ଦେଇଛନ୍ତି | ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଆଜି ବିଧିବଦ୍ଧ ଭାବେ ସେମାନଙ୍କୁ ବିଜୁ ଜନତା ଦଳରେ ସାମିଲ କରାଇଛନ୍ତି |  ରାୟଗଡ଼ା ବିଜେଡି ପର୍ଯ୍ୟବେକ୍ଷକ ପୂର୍ବତନ ମନ୍ତ୍ରୀ ମହାକାଳପଡ଼ା ବିଧାୟକ ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକ , ରାଜ୍ୟସଭା  ସାଂସଦ ଭାସ୍କର ରାଓ, ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା, ସଂସଦ ସୁବାସ ସିଂ ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଉପଦେଷ୍ଟା ତଥା ଜିଲ୍ଲା ବିଜେଡି ସଭାପତି ସୁଧୀର ଦାଶ, ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ, ଯୁବ ବିଜେଡି ସଭାପତି ଦେବାଶିଷ ଖାଡଙ୍ଗାଙ୍କ ଉପସ୍ଥିତିରେ କଂଗ୍ରେସ ଓ ବିଜେପି କର୍ମୀମାନେ ବିଜେଡିରେ ଯୋଗଦାନ କରିଥିଲେ ।
ଯୋଗ  ଦେଇଥିବା ନେତାମାନଙ୍କ ମଧ୍ୟରେ ଗୁଣୁପୁର ବ୍ଲକ ପୂର୍ବତନ ଅଧ୍ୟକ୍ଷ ବାଳୀ ଗମାଙ୍ଗ, ଗୁଣୁପୁର ମୁନିସିପାଲିଟି ସଭାପତି ତଥା ସାଂସଦଂକ ପ୍ରତିନିଧି ଏସ ବାବା ପ୍ରସାଦ, ସରପଂଚ ବିରଂଚି ଗମାଙ୍ଗ, ପଦ୍ମପୁର ବ୍ଲକ ବିଜେପି ପୂର୍ବତନ ସଭାପତି ବୃନ୍ଦାବନ ଶବର, ବ୍ଲକ ସଭାପତି ଏମ ସୁରେଶ କୁମାର, ଆଖୁଁସିଙ୍ଗି ପଂଚାୟତ ବିଜେପି ସମର୍ଥିତ ସରପଞ୍ଚ କୌଶଲ୍ୟା ଶବର, ବିଜେପି ନେତ୍ରୀ ସୁନାମଣି ପତିଂଗା, କଂଗ୍ରେସ ନେତା ବାସେକା ମୁଦ୍ରିଙ୍ଗାଙ୍କ ସମେତ ବହୁ ସ୍ଥାନୀୟ କଂଗ୍ରେସ ଓ ବିଜେପି ନେତା ଓ ସମର୍ଥକ ବିଜେଡିରେ ଯୋଗ ଦେଇଥିବା ଜଣାପଡିଛି |  

Leave A Reply

Your email address will not be published.