ସୁନ୍ଦରଗଡ଼ରୁ ହୋରାଚାନ୍ଦ ଦେଉରିଆ – ଦୁଇଦିନ ହେବ ଗୁରୁଣ୍ଡିଆ ଥାନା ଅନ୍ତର୍ଗତ ବନେଇକେଲା ଗ୍ରାମରେ ଜଣେ ଅପରିଚିତ ଅସହାୟା ମହିଳା ଘୁରି ବୁଲୁଛନ୍ତି | ସେ କାହା ସହିତ ଠିକରେ କଥାବାର୍ତ୍ତା ହେଉନାହାନ୍ତି କି ତାଙ୍କୁ ତାଙ୍କ ଠିକଣା, ପରିଚୟ ପଚାରିଲେ ମଧ୍ୟ ସଠିକ ଭାବରେ କିଛି କହୁନାହାନ୍ତି | ତାଛଡା ଖାଇବାକୁ ଦେଲେ ମଧ୍ୟ ସେ ଠିକରେ କିଛି ଖାଉନାହାନ୍ତି | ସବୁବେଳେ ଚୁପଚାପ ହୋଇ ବସି ରହୁଛନ୍ତି | ତାଙ୍କ ହାବଭାବକୁ ଅନୁଧ୍ୟାନ କଲେ ତାଙ୍କ ମାନସିକ ଅବସ୍ଥା ଠିକ ନଥିବା ଏବଂ ସେଥିପାଇଁ ସେ ଘରୁ ଚାଲି ଆସିଥିବା ଅନୁମାନ ହେଉଛି | ଦୁଇ ଦିନ ହେଲାଣି ସ୍ଥାନୀୟ ଅଞ୍ଚଳର କିଛି ସଚେତନ ଯୁବକ ଉକ୍ତ ମହିଳାଙ୍କୁ ଖାଦ୍ୟ ପାନୀୟ ଯୋଗାଉଥିବା ବେଳେ ତାଙ୍କ ପରିଚୟ ଓ ଠିକଣା ଖୋଜିବାକୁ ଉଦ୍ୟମ ଜାରି ରଖିଛନ୍ତି | ଏହି ଅବସରରେ ଜଣେ ଗ୍ରାମବାସି ଗଣମାଧ୍ୟମକୁ କହିଛନ୍ତି ଯେ, ଜଣେ ମହିଳା ରାତିରେ ରାସ୍ତା କଡରେ ଏକାକୀ ରହିଲେ ଅନେକ ଅଘଟଣ ଘଟିବାର ଆଶଙ୍କା ରହିଥିବା ବେଳେ ସେ ଠିକରେ କିଛି ଖାଉନଥିବା ଯୋଗୁଁ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ମଧ୍ୟ ଅବନତି ଘଟିବାର ଆଶଙ୍କା ରହିଛି | ତେଣୁ ଉକ୍ତ ଅପରିଚିତ ଅସହାୟା ମହିଳାଙ୍କ ପରିଚୟ ଖୋଜି ତାଙ୍କୁ ତାଙ୍କ ଘର ପର୍ଯ୍ୟନ୍ତ ପହଞ୍ଚେଇବା ନତୁବା କୌଣସି ସରକାରୀ ଆଶ୍ରୟ ସ୍ଥଳୀରେ ଥଇଥାନ କରିବା ନିମିତ୍ତ ଜିଲ୍ଲା ପୋଲିସ ପ୍ରଶାସନ ସହାୟତାର ହାତ ବଢାଇବାକୁ ସାଧାରଣରେ ଦାବୀ ହୋଇଛି |
Sign in
Sign in
Recover your password.
A password will be e-mailed to you.