ବନ ବିଭାଗ ପକ୍ଷରୁ ଶାଳ ପଟା ଜବତ

0 1

କଲ୍ୟାଣସିଂହପୁର- ପ୍ରଦୀପ ଦଲାଇ: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ବନବିଭାଗ ପକ୍ଷରୁ ୬ ଖଣ୍ଡ ଶାଳ ପଟା ଜବତ କରାଯାଇଛି । ରାତ୍ର ପେଟ୍ରୋଲିଂ କରିବା ବେଳେ ପାହାନ୍ତିଆ ସମୟରେ ଏକ ବାଇକ ଯୋଗେ କାଠ ନେଇ ଯାଉଥିବା ଦେଖି ପିଛା କରିବାରୁ ଜଗନ୍ନାଥ ମନ୍ଦିର ପାଖରେ କାଠ ଫିଙ୍ଗି ଦେଇ ଚାଲିଯାଇଥିଲା । କିନ୍ତୁ ଲୋକକୁ ଧରିପାରିନଥିଲେ ।ଉକ୍ତ ୬ ଖଣ୍ଡ କାଠ କୁ ଜବତ କରି କାର୍ଯ୍ୟାଳୟରେ ରଖାଯାଇଛି ।ପେଟ୍ରୋଲିଂ ସମୟରେ ବନପାଳ ଦୀନବନ୍ଧୁ ଶବର ବନରଖି ଅକ୍ଷୟ କୁମାର ମିଶ୍ର ଓ ପାରା କର୍ମଚାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.