ସୁନ୍ଦରଗଡ଼ ଜିଲ୍ଲା ବାଲିସଙ୍କରା ବ୍ଲକରେ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନ କଲେ ମନ୍ତ୍ରୀ ଅରୁଣ ସାହୁ

0 1

ସୁନ୍ଦରଗଡ଼(ଶାସକ ପ୍ରଶାସକ): ଆଜି ସୁନ୍ଦରଗଡ଼ ଜିଲ୍ଲା ବାଲିସଙ୍କରା ବ୍ଲକ୍ ରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଅନ୍ତର୍ଗତ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନ ଶୁଭାରମ୍ଭ କରିଛନ୍ତି କୃଷି କୃଷକ ସଶକ୍ତିକରଣ, ମତ୍ସ୍ୟ ପଶୁସମ୍ପଦ ତଥା ଉଚ୍ଚଶିକ୍ଷାମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ | ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଉରକେଲାଠାରେ ସୁନ୍ଦରଗଡ଼ ଜିଲ୍ଲାବାସୀଙ୍କ ପାଇଁ ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନର ଶୁଭାରମ୍ଭ କରିବା ପରେ ବିଭିନ୍ନ ବ୍ଲକରେ ମନ୍ତ୍ରୀମାନେ ଉପସ୍ଥିତ ରହି ହିତାଧିକାରୀମାନଙ୍କୁ ଏହି କାର୍ଡ ବଣ୍ଟନ କରିଥିଲୋ
ଏହି କ୍ରମରେ ଆଜି ମନ୍ତ୍ରୀ ଡ଼ ସାହୁ ସୁନ୍ଦରଗଡ଼ ଜିଲ୍ଲାର ବାଲିସଙ୍କରା ବ୍ଲକରେ ଉପସ୍ଥିତ ରହି ହିତାଧିକାରୀମାନଙ୍କୁ କାର୍ଡ ବଣ୍ଟନ କରିବା ସହ ଏହି କାର୍ଡର ଉପକାରିତା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ | ସ୍ୱାସ୍ଥ୍ୟସେବାକୁ ରାଜ୍ୟର କୋଣ-ଅନୁକୋଣରେ ପ୍ରତ୍ୟେକ ବ୍ୟକ୍ତି ନିକଟରେ ଉପଲବ୍ଧ କରାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପରିକଳ୍ପିତ ଏହି କଲ୍ୟାଣକାରୀ ଐତିହାସିକ ଯୋଜନା ଫଳରେ ସାଧାରଣ ଗରିବ ଲୋକଟିକୁ ଆଉ ଚିକିତ୍ସା ପାଇଁ ଜମିବାଡ଼ି ବିକ୍ରି କରିବାକୁ ପଡ଼ିବ ନାହିାଁ ବିନା କୌଣସି ଅସୁବିଧାରେ ଏହି କାର୍ଡ ଜରିଆରେ ଦେଶର ୨୦୦ ବଡ଼ ବଡ଼ ହସ୍ପିଟାଲରେ ଉନ୍ନତମାନର ଚିକିତ୍ସା ସୁବିଧା ପାଇପାରିବେ ବୋଲି ମନ୍ତ୍ରୀ ଡ଼ ସାହୁ ସମସ୍ତଙ୍କୁ ବୁଝାଇଥିଲୋ ସୂଚନାଯୋଗ୍ୟ ଯେ, ଏହି ଯୋଜନାରେ ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ଼ ତିନିକୋଟି ଲୋକ ଉପକୃତ ହେବାକୁ ଥିବାବେଳେ ଗତ ଅଗଷ୍ଟ ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ମାଲକାନଗିରି ଜିଲ୍ଲାରୁ ଏକି ମହାତ୍ତ୍ୱାକାଂକ୍ଷୀ ଯୋଜନାର ଶୁଭାରମ୍ଭ କରିଥିଲୋ

Leave A Reply

Your email address will not be published.