ମଦ ଦୋକାନ ଖୋଲିବାରେ ପ୍ରଶାସନର ନିଷ୍ଣତି କୁ ବିରୋଧ ଆନ୍ଦୋଳନର ଚେତାଵନୀ

0 1

କାଶୀପୁର ଟିକିରି ରୁ ବୈକୁଣ୍ଠ ଦୁରିଆ:  ରାୟଗଡା ଜିଲା କାଶିପୁର ବ୍ଲକରେ ଦୁଇଗୋଟି ଦେଶୀ ବିଦେଶୀ ମଦ ଦୋକାନ ଖୋଲିବାରେ ପ୍ରଶାସନର ନିଷ୍ଣତି କୁ ଅଞ୍ଚଳ ଵାସୀ ଦୃଢ ବିରୋଧ କରିଛନ୍ତି ।କାଶିପୁର ବ୍ଳକ ରେ ସରକାର ମଦର ବନ୍ୟା ନିଷ୍ପତିକୁ ଵିଭିନ୍ନ ପଞ୍ଚାୟତ ରଜନ ପ୍ରତିନିଧି ସ୍ଵୟଂ ସହାୟିକା ଗୋଷ୍ଠୀ ସମାଜ ସେବୀ ସହ ବିଭିନ୍ନ ସଙ୍ଗଠନ ଦୃଢ ଵିରୋଧ କରୁଛନ୍ତି ।ଜିଲା ପ୍ରଶାସନ ତୁରନ୍ତ ନୂତନ ମଦ ଦୋକାନ ଖୋଲିବା ନିଷ୍ପତି କୁ ପ୍ରତ୍ୟାହାର କରା ନ ଗଲେ ଜନ ଆଦୋଳନ ର ଚେତାଵନୀ ଦିଆଯାଇଛି । ଆଜି ଟିକିରି ସ୍ଥିତ ଆଜାଦ କ୍ଳବ ଠାରେ ଆୟୋଜିତ ପ୍ରେସମିଟ କାଯ୍ୟକ୍ରମରେ ବ୍ଳକ ଅଧ୍ୟକ୍ଷା ରୁଆଇ ମାଝି, ଙ୍କ ସହିତ ପୋଡାପାଡି, ନକଟିଗୁଡା, ଶଙ୍କରଡା , ବାଙ୍କାମ୍ବ ପଞ୍ଚାୟତ ସରପଞ୍ଚ ଏବଂ ସମାଜ ସେବୀ ମାନେ ଉପସ୍ଥିତ ରହି ପ୍ରଶାସନ ର ନୂତନ ମଦ ଦୋକାନ ଖୋଲିବା ନିଷ୍ପତି କୁ ବିରୋଧ କରିଥିଲେ । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ମଦ ଦୋକାନ ଖୋଲିବା ନେଇ ଗ୍ରାମ ସଭାର ସୁପାରିଶ ଆବଶ୍ଯକ ରହିଛି । କିନ୍ତୁ ଜିଲା ପ୍ରଶାସନ ଗ୍ରାମ ସଭାର ସାମ୍ବିଧାନିକ ବ୍ୟବସ୍ଥା ପ୍ରତି ଉପେକ୍ଷା କରି ନୂତନ ମଦ ଦୋକାନ ଖୋଲିବାକୁ ଅନୁମିତ ଦେଇଛନ୍ତି ବୋଲି ଅଭିଯୋଗ କରାଯାଇଥିଲା। ଟିକିରି ଏବଂ ପୋଡାପାଡି ପଞ୍ଚାୟତରେ ମଦ ଦୋକାନ ଖୋଲିବା ନେଇ ପ୍ରଶାସନ ନିଷ୍ପତିକୁ ଅଞ୍ଚଳ ବାସୀ ଵିରୋଧ କରି ଗତ ଦିନରେ ଜିଲାପାଳ ସହିତ ଅବକାରୀ କମିଶନ ଏବଂ ଅନ୍ୟାନ୍ୟ ଅଧିକାରୀ ମନ୍ତ୍ରୀ ନିକଟକୁ ପତ୍ର ଲେଖି ଅବଗତ କରାଇଥିଲେ ପ୍ରସ୍ତାବିତ ଦୁଇଟି ମଦ ଦୋକାନ ମଧ୍ୟରୁ ଗୋଟିଏ ଠିପିଖୋଲା ଵିଦେଶୀ ମଦ ଦୋକାନ ଟିକିରି ବଜାର ମଧ୍ୟରେ ଏବଂ ଅନ୍ୟ ଏକ ଦେଶୀ ମହୁଲି ମଦ ଦୋକାନ ପୋଡାପାଡି ଠାରେ ଖୋଲିବା ପ୍ରାବଧାନ ରହିଛି । କିନ୍ତୁ ମଦ ଦୋକାନ ଖୋଲିବାର ସରକାର ଙ୍କ ନୀତି ନିୟମ କୁ ଉଲ୍ଲଘଂନ କରାଯାଇଛି ବୋଲି ଅଭିଯୋଗ କରା ଯାଇଥିଲା ସ୍ଥାନୀୟ ପୋଡାପାଡି ପଞ୍ଚାୟତ ର କଂସାରିଗୁଡ ଠାରେ ପ୍ରସ୍ତାଵିତ ଆଲୁମିନିୟମ ପ୍ରକଳ୍ପ ସ୍ଥାପନ ଦାବି କରି ଅଞ୍ଚଳ ଵାସୀ ଆଦୋଳନ କରୁଥିବା ବେଳେ ଉକ୍ତ ପଞ୍ଚାୟତ ରେ ମଦ ଦୋକାନ ଖୋଲିବା ନିଷ୍ପତି ଅଞ୍ଚଳ ଵାସୀ ଙ୍କୁ ପ୍ରଶାସନ ର ଏହା ଏକ ଭେଟି ଉପହାର କି ବୋଲି ସମାଜ ସେବୀ ବିଦ୍ୟା ରତନ ଚୈାଧୁରୀ ପ୍ରଶ୍ନ କରିଥିଲେ ପୋଡାପାଡି ସରପଞ୍ଚ ଆଲାଇ ମାଝୀ ,ନକଟିଗୁଡାର ହେମଲତା କାଦ୍ରାକା , ଶଙ୍କରଡା, ସରପଞ୍ଚ ଅମିନ ମାଝି, ବାଙ୍କାମ୍ବ ସରପଞ୍ଚ ସୁଭଦ୍ରା ମାଣ୍ଡାଙ୍ଗି ପ୍ରମୁଖ ଙ୍କ ସହିତ ସମାଜ ସେଵୀ ଉମା କାନ୍ତ ତୁରୁକ , ବିଦ୍ୟାରତନ ଚୈାଧୁରୀ ଉପସ୍ଥିତ ଥିଲେ

Leave A Reply

Your email address will not be published.