ପିପିଲି ଉପନିର୍ବାଚନ ପ୍ରଚାର ପାଇଁ ବିଜେପିର ୨୦ ତାରକା ପ୍ରଚାରକ

0

ରାଜ୍ୟ ସଭାପତି, ତିନି କେନ୍ଦ୍ରମନ୍ତ୍ରୀ , ରାଜ୍ୟ ପ୍ରଭରୀଙ୍କ ସହ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ସାମିଲ

ଭୁବନେଶ୍ୱର (ଶାସକ ପ୍ରଶାସକ) : ପିପିଲି ଉପନିର୍ବାଚନ ପ୍ରଚାର ପାଇଁ ବିଜେପି ଆଜି ତାର ୨୦ ତାରକା ପ୍ରଚାରକଙ୍କ ନାମ ତାଲିକା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି | ଦଳର ସାଧାରଣ ସମ୍ପାଦକ ( ସଂଗଠନ) ମାନସ କୁମାର ମହାନ୍ତିଙ୍କ ଦସ୍ତଖତରେ ଜାରି ତାରକା ପ୍ରଚେତକ ତାଲିକାରେ ଦଳର ରାଜ୍ୟ ସଭାପତି ସଭାପତି ସମୀର ମହାନ୍ତିଙ୍କ ସହ ତିନି କେନ୍ଦ୍ର ମନ୍ତ୍ରୀ ଧର୍ମେଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଓ ବିଶ୍ୱେଶ୍ୱର ଟୁଡୁ ରହିଥିବା ବେଳେ ଜାତୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଜ୍ୟ ପ୍ରଭାରୀ ଦି ପୁରାନ୍ଦେଶ୍ୱରୀ, ସହ ପ୍ରଭାରୀ ବିଜୟପାଲସିଂ ତୋମାର, ସଂସଦ ଜୁଏଲ ଓରାମ, ପ୍ରତାପ ଷଡ଼ଙ୍ଗୀ, ଭୁବନେଶ୍ୱର ସଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନାମ ସାମିଲ ହୋଇଛି | ସେହିପରି ଦଳର ବରିଷ୍ଠ ନେତା ମନମୋହନ ସାମଲ, କେ ଭି ସିଂଦେଓ, ସୁରମା ପାଢୀ, ପ୍ରଭାତୀ ପରିଡା, ସମ୍ବିତ ପାତ୍ର, ମୋହନ ମାଝୀ , ମାନସ ମହାନ୍ତି, ପୃଥ୍ୱୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର ଓ ଲେଖାଶ୍ରୀ ସାମନ୍ତସିଂହାର |
ପ୍ରକାଶ ଥାଉ କି କୋଭିଡ୍ କାରଣରୁ ପିପିଲି ନିର୍ବାଚନ ସ୍ଥଗିତ ରହିଥିଲା। ଚଳିତ ମାସ ସେପ୍ଟେମ୍ବର ୩୦ରେ ହେବାକୁ ଥିବା ଉପନିର୍ବାଚନ ନିମନ୍ତେ ମୁଖ୍ୟ ନିର୍ବାଚନ ଅଧିକାରୀ କୋଭିଡ୍ କଟକଣା କାରଣରୁ ଷ୍ଟାର୍ ପ୍ରଚାରକ କ୍ଷେତ୍ରରେ ବି କାଣ୍ଟଛାଣ୍ଟ୍ କରିଛନ୍ତି। ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ୨୦ ଜଣିଆ ଷ୍ଟାର୍ ପ୍ରଚାରକ ତାଲିକା ପ୍ରସ୍ତୁତ କରାଯାଇଛି। ଯେଉଁମାନେ କି ପିପିଲି ଉପ ନିର୍ବାଚନର ପ୍ରଚାର କାର୍ଯ୍ୟରେ ବିଭିନ୍ନ ସମୟରେ ପିପିଲି ଗସ୍ତ କରିବେ।

Leave A Reply

Your email address will not be published.