ଭୁବନେଶ୍ୱର(ଶାସକ ପ୍ରଶାସକ) : ବିଶିଷ୍ଟ ଗବେଷକ ତଥା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ବାୟୋଫୁଏଲ୍ ଆଣ୍ଡ ବାୟୋପ୍ରୋସେସିଙ୍ଗ୍ ରିସର୍ଚ୍ଚ ସେଂଟରର ନିର୍ଦ୍ଦେଶକ ପ୍ରଫେସର ଲାଲା ବିହାରୀ ଶୁକ୍ଳାଙ୍କୁ ଇଞ୍ଜିନିୟରିଂ, ବିଜ୍ଞାନ ଓ ଔଷଧ କ୍ଷେତ୍ର
ନିମନ୍ତେ ଭିଡିଗୁଡ୍ ଇଂଟରନ୍ୟାସନାଲ ସାଇଣ୍ଟିଷ୍ଟ ଆୱାର୍ଡରେ ସମ୍ମାନିତ କରାଯାଇଛି ।
ସବୁ କ୍ଷେତ୍ରରେ ଜୀବନକୁ ସରଳ କରିବା ନିମନ୍ତେ ନୂଆ ଗବେଷଣା ଦିଗରେ ଭିଡିଗୁଡ୍ କାର୍ଯ୍ୟ କରୁଛି । ଏହି ଅନୁଷ୍ଠାନ ପକ୍ଷରୁ ବିଶିଷ୍ଟ ବୈଜ୍ଞାନିକ ଆୱାର୍ଡ ପ୍ରଫେସର ଶୁକ୍ଳାଙ୍କୁ ପ୍ରଦାନ କରାଯାଇଛି ।
ଉକ୍ରୃଷ୍ଟ ଶିକ୍ଷାଦାନ କ୍ଷେତ୍ରରେ ତାଙ୍କର ଅବିରତ କାର୍ଯ୍ୟଧାରାର ଅବଦାନକୁ ନେଇ ପ୍ରଫେସର ଶୁକ୍ଳାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିବା ମାନପତ୍ରରେ ଉଲ୍ଲେଖ କରାଯାଇଛି ।
ଗତବର୍ଷ ୟୁଏସ୍ଏର ଷ୍ଟାନଫୋର୍ଡ଼ ୟୁନିଭର୍ସିଟି ଦ୍ୱାରା ପ୍ରସ୍ତୁତ ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ପ୍ରଫେସର ଶୁକ୍ଳାଙ୍କ ନାମ ସ୍ଥାନୀତ ହୋଇଥିବା ବେଳେ ଆନ୍ତର୍ଜାତିକ ସ୍ତରରେ ତାଙ୍କର ଅବଦାନକୁ ନେଇ ନିକଟରେ ତାଙ୍କୁ ଗ୍ଲୋବାଲ୍ ଟିଚିଂ ଏକ୍ସିଲେନ୍ସ ଆୱାର୍ଡରେ ମଧ୍ୟ ସମ୍ମାନିତ କରାଯାଇଛି ।
୧୯୭୧ ମସିହାରେ ନ୍ୟାସ୍ନାଲ୍ ଇନଷ୍ଟିଟ୍ୟୁଟ ଅଫ୍ ଟେକ୍ନୋଲୋଜି, ରାଉର୍କେଲା (ପୂର୍ବରୁ ରିଜିଓନାଲ୍ ଇଞ୍ଜିନିୟରିଂ କଲେଜ୍)ରୁ ବିଏସସି (ଇଞ୍ଜିନିୟରିଂ) ମେଟାଲର୍ଜି ଏବଂ ୧୯୭୩ ମସିହାରେ ଏମଟେକ ମେଟାର୍ଲଜି ହାସଲ କରିଥିବା ପ୍ରଫେସର ଶୁକ୍ଳା ହାଇଡ୍ରୋମେଟାଲର୍ଜି, ବାୟୋହାଇଡ୍ରୋମେଟାଲର୍ଜି, ୱେଷ୍ଟ ମ୍ୟାନେଜମେଂଟ, ଏନଭାଇରନମେଣ୍ଟାଲ ମାଇନିଂ ମ୍ୟାନେଜମେଂଟ ଆଣ୍ଡ ରି-ସାଇକ୍ଲିଂ କ୍ଷେତ୍ରରେ ଅନେକ କାର୍ଯ୍ୟ କରିଛନ୍ତି । ଶିକ୍ଷାଦାନ ଓ ଗବେଷଣା କ୍ଷେତ୍ରରେ ତାଙ୍କର ଅବଦାନକୁ ନେଇ ସେ ଅନେକ ସମ୍ମାନ ଗ୍ରହଣ କରିଛନ୍ତି ।
ପ୍ରଫେସର ଶୁକ୍ଳାଙ୍କର ୪୫ ବର୍ଷର ଗବେଷଣା ଅଭିଜ୍ଞତା ରହିଥିବା ବେଳେ ସେ ପୂର୍ବରୁ ଭୁବନେଶ୍ୱର ସ୍ଥିତ ସିଏସ୍ଆଇଆର୍ -ଇନଷ୍ଟିଟ୍ୟୁଟ ଅଫ୍ ମିନେରାଲ୍ସ ଆଣ୍ଡ ମ୍ୟାଟେରିଆଲ୍ସ ଟେକ୍ନୋଲୋଜିର ବାୟୋ ରିସୋର୍ସେସ୍ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ଭାବେ ଦାୟିତ୍ୱ ତୁଲାଇଛନ୍ତି । ସେ ସିଏସ୍ଆଇଆର୍ର ଏମେରିଟସ ସାଇନ୍ଟିଷ୍ଟ ଏବଂ ନୂଆଦିଲ୍ଲୀ ସ୍ଥିତ ଏକାଡେମୀ ଅଫ୍ ସାଇନ୍ଟିଫିକ୍ ଆଣ୍ଡ ଇନୋଭେଟିଭ୍ ରିସର୍ଚ୍ଚ (ଏସିଏସ୍ଆଇଆର)ର ଏମେରିଟସ ପ୍ରଫେସର ଭାବେ କାର୍ଯ୍ୟ ତୁଲାଇଛନ୍ତି ।
Sign in
Sign in
Recover your password.
A password will be e-mailed to you.