ଭୁବନେଶ୍ୱର: କଟକରେ ମୂର୍ତ୍ତି ଉଚ୍ଚତାକୁ ନେଇ ବିଜେପି ଆନ୍ଦୋଳନାତ୍ମକ ପଦକ୍ଷେପ ପଦକ୍ଷେପ ନେଇଥିବା ବେଳେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିବାଦ ସମାଧାନ କରି ସୌହାର୍ଦ୍ୟପୂର୍ଣ୍ଣ ପରିବେଶ ଭିତରେ ପୂଜା ସମ୍ପନ୍ନ କରିବା ପାଇଁ ଟୁଇଟ କରି ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି |
ମୂର୍ତ୍ତିର ଉଚ୍ଚତା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଉପରେ ଯଦିଓ ସ୍ପଷ୍ଟ ଭାବେ ମନ୍ତ୍ରୀ ଶ୍ରୀ ପ୍ରଧାନ ନିଜ ମତ ରଖିନାହାନ୍ତି ତଥାପି ତାଙ୍କ ଟୁଇଟରେ ଉଲ୍ଲେଖ କରିଛନ୍ତି ଯେ “ଓଡ଼ିଶାର ଐତିହାସିକ ସହର କଟକରେ ପୂଜା ପାର୍ବଣର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । କିଛି ଦିନ ପୂର୍ବରୁ ଦୁର୍ଗା ପୂଜା ପାଳନକୁ ନେଇ ଏଠାରେ ଏକ ବିବାଦ ମୁଣ୍ଡ ଟେକିଛି । ମୂର୍ତ୍ତି ଉଚ୍ଚତା ଏବଂ ପୂଜାର ରୀତିନୀତି ନେଇ ଚର୍ଚ୍ଚା, ଆଲୋଚନା ଏବଂ ଆନ୍ଦୋଳନ ଜାରି ରହିଛି । କଟକର ସାହୀ କମିଟି,ପୂଜା କମିଟି,ଶାନ୍ତି କମିଟି, ବୁଦ୍ଧିଜୀବୀ,ସାଂସ୍କୃତିକ ଓ ସାମାଜିକ ସଂଗଠନ ପକ୍ଷରୁ ଭିନ୍ନ ଭିନ୍ନ ମତ ଆସୁଛି।ରାଜ୍ୟ ସରକାର ଏହାକୁ ଗୁରୁତ୍ୱର ସହ ନେଇ ପୁନର୍ବାର ସମସ୍ତଙ୍କ ସହ ଆଲୋଚନା କରି କଟକବାସୀଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଭାବରେ ମାଆଙ୍କ ପୂଜାର୍ଚ୍ଚନା ପାଇଁ ବ୍ୟବସ୍ଥା କରିବେ ବୋଲି ମୁଁ ଆଶା ରଖୁଛି।”
ଶ୍ରୀ ପ୍ରଧାନ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ “କୋଭିଡ଼୍ ମହାମାରୀର ପ୍ରକୋପ କିଛି ମାତ୍ରାରେ କମିଲା ଭଳି ଲାଗୁଛି । କୋଭିଡ୍ ନିୟମକୁ ପାଳନ କରି କିଭଳି କଟକରେ ମାଆଙ୍କ ପୂଜାର୍ଚ୍ଚନା ଶୃଙ୍ଖଳିତ ଭାବେ ହୋଇପାରିବ, ତାହାକୁ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ କରାଯିବାର ଆବଶ୍ୟକତା ରହିଛି |ଗତକାଲି ଲଗାଣ ବର୍ଷାରେ କଟକର ଅଧିଷ୍ଠାତ୍ରୀ ଦେବୀ ମା’ କଟକ ଚଣ୍ଡି ମନ୍ଦିରର ଦର୍ଶନ ମଣ୍ଡପର ସିଲିଂରୁ କିଛି ଅତଡ଼ା ଖସିଥିବା ଜାଣିବାକୁ ପାଇଲି । ଏହି ମନ୍ଦିରର ସୁରକ୍ଷା ଏବଂ ରକ୍ଷଣାବେକ୍ଷଣ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେବେ ବୋଲି ଆଶା କରୁଛି ।”
Sign in
Sign in
Recover your password.
A password will be e-mailed to you.