ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର

0

ବଲାଙ୍ଗୀର (ସନ୍ତୋଷ କୁମାର ଠାକୁର ): ଗଲଘୁଚାପ ଜନିତ ବର୍ଷା ଯୋଗୁଁ ସାରା ଓଡ଼ିଶାରେ ତୁହାକୂ ତୁହା ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି l ବଲାଙ୍ଗୀର ସହରରେ ମଧ୍ୟ ଗତକାଲି ରାତିରୁ ଆଜି ସକାଳ ପର୍ଯ୍ୟନ୍ତ ବର୍ଷାରେ ଲୋକଙ୍କୁ ଅନେକ ଅଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର ସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି l ସହର ର ରେଲୱେ ଷ୍ଟେସନ ରୋଡ, ମାଲପଡା ତଳି ଅଞ୍ଚଳ, ସାଗର ପଡ଼ା, ପ୍ରତାପସାଗର ପଡା, ତୁଲସୀ ନଗର ଓ ବରପାଲି ପଡା ର ଅନେକେ ଅଞ୍ଚଳରେ ଘରକୁ ବର୍ଷା ପାଣି ପଶିଥିବା ଦେଖାଯାଇଛି l

ସହରରେ ଡ୍ରେନେଜ ଵ୍ୟବସ୍ଥା ଠିକ ନଥିବାରୁ ତଥା ପୁରୁଣା ଡ୍ରେନ ଗୁଡିକର ପୁନଃରୁଦ୍ଧାର ହେଉନଥିବା ଯୋଗୁଁ ବାଲାଙ୍ଗୀରବାସୀଙ୍କ ପାଇଁ ଏହା ଏକ ନିତିଦିନିଆ ସମସ୍ୟା ପାଲଟିଛି ମୁନିସିପାଲିଟି ଡ୍ରେନ ଉପର ବେନିୟମ ଭାବରେ ଘର ତିଆରି କରିଥିବା ଲୋକଙ୍କ ଉପରେ ପ୍ରଶାସନର କୌଣସି ଅଙ୍କୁଶ ନାହିଁ ଯାହାର ଫଳସ୍ୱରୂପ ଅସରାଏ ବର୍ଷା ହେଲେ ବଲାଙ୍ଗୀରରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି ବଲାଙ୍ଗୀର ରେଲୱେ ଷ୍ଟେସନ ରୋଡ଼ ରେ ବର୍ତମାନ ଵି ବର୍ଷା ପାଣି ଲହଡା ମାରୁଛି ଏଠାରେ କିଛି ଦିନ ପୂର୍ବରୁ ନିର୍ମାଣ ହୋଇଥିବା ଡ୍ରେନ ରେ ଥିବା ନିର୍ମାଣଜନିତ ତ୍ରୁଟି ଯୋଗୁଁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଜନମତ ପ୍ରକାଶ ପାଇଛି।
ବଲାଙ୍ଗୀର ରେ ବନ୍ୟା ପରିସ୍ଥିତି ନ ଉପୁଜିବା ପାଇଁ ଗତକାଲି ବଲାଙ୍ଗୀର ଜିଲ୍ଲପାଳ ଲଷ୍ମୀ ଯୋର ଅନୁଧ୍ୟାନ କରି ଜରୁରୀକାଳୀନ ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ସାରକାରୀ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ l

Leave A Reply

Your email address will not be published.