ଭଦ୍ରକ ବିଜେଡିରେ ହେଲା ପୁଣି ମିଶ୍ରଣ ପର୍ବ ।

0

ଭଦ୍ରକ,(ସତ୍ୟଭୂଷଣ ସ୍ବାମୀ): ଭଦ୍ରକରେ ପୂର୍ବ ଅପେକ୍ଷା ବିଜେଡି ଆହୁରି ଅଧିକ ସକ୍ରିୟ ହେବାକୁ ଲାଗୁଥିବା ବେଳେ ବିରୋଧୀ ବିଜେପି ଓ କଂଗ୍ରେସ ଦଳର ଶକ୍ତି କମି କମି ଯାଉଛି । ପୂର୍ବରୁ ବିଜେଡ଼ିରେ ଅନ୍ୟ ଦଳରୁ ନେତା କର୍ମୀ ଆସି ମିସିଥିବା ବେଳେ
ଆଜି ପୁଣି ଏକ ମିଶ୍ରଣ ପର୍ବ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ବ୍ଲକ ଅନ୍ତର୍ଗତ କାଉପୁର ଗ୍ରା.ପ. ର ପୂର୍ବତନ କଂଗ୍ରେସ ସରପଞ୍ଚ, ପୂର୍ବତନ ବିଜେପି ସରପଞ୍ଚ ପାର୍ଥୀ ନିଜ ନିଜର ଶତାଧିକ କର୍ମୀଙ୍କୁ ଧରି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନୀତି, ଆଦର୍ଶ ଏବଂ ସ୍ୱଚ୍ଛ ଶାସନ ଓ ଭାବମୂର୍ତ୍ତି ରେ ଅନୁପ୍ରାଣିତ ହୋଇ ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକଙ୍କ ବିକାଶ ମୂଳକ କାର୍ଯ୍ୟ ଉପରେ ଆସ୍ତା ପ୍ରକଟ କରି ଭଦ୍ରକ ଟାଉନ ହଲ ଠାରେ ବିଧିବୋଧ ଭାବେ ଯୋଗ ଦେଇଛନ୍ତି । ଏହି ଅବସରରେ ସାଂସଦ ଭଦ୍ରକ ଶ୍ରୀମତୀ ମଞ୍ଜୁଲତା ମଣ୍ଡଳ,ଭଦ୍ରକ ଜିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସ୍ୱାଇଁ, ଜିଲ୍ଲା ପରିଷଦ ସଭ୍ୟ କ୍ଷୀରୋଦ ରାଉତ, ବିଜେଡି ଉପସଭାପତି ମଳୟ ଯେନା,ବିଜେଡି ସାଧାରଣ ସମ୍ପାଦକ ଯୋଗେନ୍ଦ୍ର ଘଡ଼ାଇ, ବ୍ଲକ ବିଜେଡି ସଭାପଟି ପ୍ରଫୁଲ୍ଲ ନାୟକ ପ୍ରମୁଖଙ୍କ ସମେତ ଅନେକ ବିଜେଡି କର୍ମୀ ଓ ନେତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.