ବିଶ୍ୱ ଫିଜିଓଥେରାପି ଦିବସ ପାଳିତ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜ ସମ୍ମିଳନୀ କକ୍ଷଠାରେ ଲାଇଫ ଷ୍ଟାଇଲ ଫିଜିଓଥେରାପି କ୍ଲିନିକ ଓ ଥଇଥାନ କେନ୍ଦ୍ର ଆନୁକୂଲ୍ୟରେ ବିଶ୍ୱ ଭୌତିକ ତଥା ଫିଜିଓଥେରାପି ଦିବସ ପାଳିତ ହୋଇଯାଇଛି ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ଭୌତିକ ଚିକିତ୍ସା ମାଧ୍ୟମରେ ସ୍ୱାସ୍ଥ୍ୟ ଓ ଶରୀର ସୁରକ୍ଷା ଉପରେ ପାୱାର ପଏଣ୍ଟ ଦ୍ୱାରା ବିଭିନ୍ନ ଚିକିତ୍ସା ପଦ୍ଧତି ଉପରେ ଡ଼ଃ ଅରୁଣ କୁମାର ନାୟକ ପ୍ରଦର୍ଶନ କରିଥିଲେ ।
ପରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ସହକାରୀ ଭୌତିକ ଚିକିସ୍ୟକ ଶ୍ରୀମତୀ ଅରୁପଞ୍ଜଳି ମହାନ୍ତି’ଙ୍କ ସଂଯୋଜନାରେ ଲାଇଫ ଷ୍ଟାଇଲ ଫିଜିଓଥେରାପିଷ୍ଟ ଡ଼ଃ ଅରୁଣ କୁମାର ନାୟକଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ଅଧିକାରୀ ଶ୍ରୀମତୀ କଲ୍ୟାଣୀ ଦାସ , ଡ଼ଃ ଶିଶିର ଜେନା , ଶିକ୍ଷାବିତ ବିଚିତ୍ର ନନ୍ଦ ବେବର୍ତ୍ତା , ଅଧ୍ୟାପିକା ଡି. ପ୍ରିୟଙ୍କା ପ୍ରମୁଖ ଯୋଗ ଦେଇ ଭୌତିକ ଚିକିତ୍ସା ଓ ଆଜି ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ କହି ବିକଳାଙ୍ଗ ଶିଶୁ ଓ ଅନ୍ୟମାନଙ୍କ ନିମନ୍ତେ ଭୌତିକ ଚିକିତ୍ସାର ଆବଶ୍ୟକତାର ବିଭିନ୍ନ ଦିଗ ଉପରେ କହିଥିଲେ । ବିନା ଔଷଧରେ ଏହି ପଦ୍ଧତିରେ କିଭଳି ଚିକିତ୍ସା କରି ଆରୋଗ୍ୟ ହୋଇପାରେ ସେ ସମ୍ପର୍କରେ କହିଥିଲେ ।
ଅନ୍ୟତମ ବକ୍ତା ଭାବେ ଭାଗବତ ପାଢ଼ୀ , ଦେବଦତ୍ତ ବେବର୍ତ୍ତା , ବିଷ୍ଣୁ ପ୍ରିୟା ମଣ୍ଡଳ , ସସ୍ମିତା ସାହୁ ଯୋଗ ଦେଇଥିବା ବେଳେ ଫିଜିଓଥେରୋପିରେ ଉପକୃତ ହୋଇଥିବା ଦୁଇ ଜଣ ହିତାଧିକାରୀ କୁସୁମ ପଣ୍ଡା ଏବଂ ଜୟନ୍ତ ପଣ୍ଡା ନିଜର ସକରାତ୍ମକ ଅଭିଜ୍ଞତା ସମ୍ପର୍କରେ କହିଥିଲେ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ଗଜପତି କଳା ପରିଷଦର ଶିଳ୍ପୀ ମାନେ ପ୍ରାରମ୍ଭିକ ସଙ୍ଗୀତ ଗାନକରିିଥିବା ବେଳେ ତନୁଜା ଶତପଥୀ ସ୍ଵାଗତ ସମ୍ଭାଷଣ ଓ ପରିଚୟ ପ୍ରଦାନ କରିଥିଲେ। ଶେଷରେ ଶ୍ରୀଜଗନ୍ନାଥ ଓଡ଼ିଶୀ କଳାକେନ୍ଦ୍ରର ଶିଳ୍ପୀ ମାନେ ଓଡ଼ିଶୀ ଓ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ଶାଶ୍ଵତୀ ବେବର୍ତ୍ତା , ଅରୁପାଞ୍ଜଳି ମହାନ୍ତି ପରିଚାଳନା କରିଥଲେ।

Leave A Reply

Your email address will not be published.