ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :ପାରଳା ମାଟିର ଯୋଗ୍ୟତମ ସନ୍ତାନ ସଂଗୀତ ନିର୍ଦ୍ଦେଶକ ଗୁରୁ ଶ୍ରୀ ରଘୁନାଥ ପାତ୍ରଙ୍କୁ ୨୦୨୦ ବର୍ଷ ପାଇଁ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ଦ୍ବାରା ପୁରସ୍କାରରେ ସମ୍ମାନୀତ କରାଯାଇଛି।
ସଂଗୀତ ପ୍ରାଣ ଓ ମନକୁ ଆନନ୍ଦ ଦିଏ , ଆତ୍ମାକୁ ଆହ୍ଲାଦିତ କରେ। ଏହା ସତ୍ୟ, ଶିବ ,ସୁନ୍ଦର। ଝରଣାର କୁଳୁକୁଳୁ ନାଦ ,ପବନର ଧ୍ୱନି , ପକ୍ଷୀର କଳରବରୁ ଅନୁଭୂତ ଧ୍ୱନି ସଂଗୀତର ମୂଳଧାର , ଯାହାକୁ ଯୁଗଯୁଗ ବର୍ଷ ବର୍ଷ ସାଧନା କରି ଗୁରୁ ରଘୁନାଥ ପାତ୍ର ଏକ ନୂତନ ଧାରା ସୃଷ୍ଟି କରିଛନ୍ତି , ଯାହା କେବଳ ପାରଳାଖେମୁଣ୍ଡି ପାଇଁ ନୁହେଁ ବରଂ ସମଗ୍ର ଓଡିଶାରେ ଗୌରବ ଅର୍ଜନ କରିଛନ୍ତି। ଯୁଗ ଯୁଗର ସାଧନା ଯୋଗୁଁ ସେ ଦକ୍ଷିଣ ଓଡ଼ିଶାର ଏକ ମାତ୍ର ସଂଗୀତ ସାଧକ ରୂପେ ଉଦାହରଣ ସୃଷ୍ଟି କରିଛନ୍ତି। ଯାହାକି ଆଗାମୀ ଯୁବଗୋଷ୍ଠୀ , ଶିଶୁ ମାନଙ୍କ ପାଇଁ ପ୍ରେରଣା। ଏହି ପରି ଜଣେ ଶ୍ରେଷ୍ଠ ବ୍ୟକ୍ତିତ୍ୱ ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷା ବିଭାଗରେ କାର୍ଯ୍ୟରତ।
ଏହି ଅବସରରେ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସର ମଧ୍ୟରେ ଅଧ୍ୟକ୍ଷା ଶ୍ରୀମତୀ ଅମ୍ବିକା ଦେବୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା ପର୍ବରେ ଗୁରୁ ଶ୍ରୀ ରଘୁନାଥ ପାତ୍ରଙ୍କୁ ସମ୍ବର୍ଦ୍ଧନା ପୂର୍ବକ ଉତ୍ତରୀୟ , ପୁଷ୍ପଗୁଚ୍ଛ ଓ ମାନପତ୍ର ଦେଇ ଭବ୍ୟ ସମ୍ବର୍ଦ୍ଧନା ଜଣାଇଥିଲେ। ବରିଷ୍ଠ ପ୍ରାଧ୍ୟାପିକା ଡ଼. ମନଶ୍ୱିନୀ ଦାଶଙ୍କ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ସଂସ୍କୃତ ଅଧ୍ୟାପିକା ଡି. ପ୍ରିୟଙ୍କା ମାନପତ୍ର ପାଠ କରିଥିବା ବେଳେ ଇତିହାସ ଅଧ୍ୟାପକ ଡ଼.ନୃସିଂହ ପ୍ରାସାଦ ପାଣିଗ୍ରାହୀ ଗୁରୁ ଶ୍ରୀ ରଘୁନାଥ ପାତ୍ରଙ୍କ ସଂଗୀତ ସାଧନା ଉପରେ ଆଲୋକପାତ କରିଥିଲେ। ଅଧ୍ୟାପିକା ସଂଯୁକ୍ତା ପାତ୍ର ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ଅନୁଷ୍ଠାନର ସମସ୍ତ ଅଧ୍ୟାପକ , ଅଧ୍ୟାପିକା , ଅଣ ଶିକ୍ଷକ କର୍ମଚାରୀ , ଉପସ୍ଥିତ ରହି ଏହି ସମ୍ବର୍ଦ୍ଧନା ପର୍ବକୁ ପାଳନ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post