ଭୁବନେଶ୍ୱର, ୦୯/୦୯: ଥାଇଲାଣ୍ଡ ନିକଟରେ ସୃ୍ଷ୍ଟି ହୋଇଥିବା ଏକ ସାଇକ୍ଲୋଜିକ୍ ସର୍କୁଲେସନ୍ ପଶ୍ଚିମ ମୁହାଁ ହୋଇଥିବା ବେଳେ ଏହାର ପ୍ରଭାବରେ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଏକ ଲଘୁଚାପ ଘନୀଭୂତ ହେବା ସମ୍ଭାବନା ରହିଛି । ଏଥିପାଇଁ ଶନିବାର ସୁଦ୍ଧା ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
ଏହି ସିଷ୍ଟମ୍ ସମୁଦ୍ର ମଧ୍ୟରେ ରହିଛି ଏବଂ ଉପକୂଳ ଠାରୁ ଯଥେଷ୍ଟ ଦୂରରେ ଥିବାରୁ ଏହା ଅବପାତର ରୂପ ନେବା ସହ ସେପ୍ଟେମ୍ବର ୧୨ ରୁ ୧୩ ମଧ୍ୟରେ ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ଥିବା ସିଇସିର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ କହିଛନ୍ତି ।
ସେପ୍ଟେମ୍ବର ୧୩ ତାରିଖ ସୁଦ୍ଧା ଏହା ଉତର ଓଡ଼ିଶା- ପଶ୍ଚିମ ବଂଗ ଉପକୂଳ ଦେଇ ଗତି କରିବା ପୂର୍ବରୁ ପ୍ରଥମେ ପଶ୍ଚିମ ମୁହାଁ ହୋଇ ପରବର୍ତୀ ସମୟରେ ଉତର-ପଶ୍ଚିମ ଦିଗ ଆଡକୁ ମୁହାଁଇବ ବୋଲି ଡ. ସାହୁ କହିବା ସହ ସେପ୍ଟେମ୍ବର ୧୨ ତାରିଖ ରାତି କିମ୍ବା ୧୩ ତାରିଖ ପୂର୍ବାହ୍ଣ ସୁଦ୍ଧା ଘୂର୍ଣ୍ଣିଝଡରେ ପରିଣତ ହେବାର ସମ୍ଭାବନାକୁ ଏଡାଇ ହେବ ନାହିଁ ବୋଲି କହିଛନ୍ତି ।
ଏହାର ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ସେପ୍ଟେମ୍ବର ୧୦ ରୁ ୧୪ ତାରିଖ ମଧ୍ୟରେ ବର୍ଷା ହେବାର ସମ୍ଭାବନା ଥିବା ବେଳେ ଉତର ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ସେପ୍ଟେମ୍ବର ୧୨ ରୁ ୧୪ ତାରିଖ ମଧ୍ୟରେ ପ୍ରବଳ ବର୍ଷା ହୋଇପାରେ ବୋଲି ସେ କହିଛନ୍ତି ।
ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଖୋର୍ଦ୍ଧା, ଢେ଼ଙ୍କାନାଳ, ଦେବଗଡ, ଅନୁଗୁଳ, ସୁନ୍ଦରଗଡ, ବରଗଡ, ସମ୍ବଲପୁର, ଝାରସୁଗୁଡା, ସୋନ୍ପୁର, ବୌଧ, ବଲାଙ୍ଗୀର ଏବଂ ନୂଆପଡାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବେଳେ ସମୁଦ୍ର ପତନ କେନ୍ଦ୍ରାପଡା, ଭଦ୍ରକ ଏବଂ ବାଲେଶ୍ୱର ପ୍ରଭୃତି ଉପକୂଳବର୍ତୀ ଜିଲ୍ଲାରେ ସମୁଦ୍ର ପତନ ବୃଦ୍ଧି ପାଇବାର ସମ୍ଭାବନା ରହିଥିବା ସେ କହିଛନ୍ତି ।
Sign in
Sign in
Recover your password.
A password will be e-mailed to you.