ଭୁବନେଶ୍ୱର(ଶାସକ ପ୍ରଶାସକ): ଟୋକିଓ ଅଲିମ୍ପିକରେ ଭାରତୀୟ ପୁରୁଷ ଓ ମହିଳା ହକି ଦଳର ଐତିହାସିକ କ୍ରୀଡ଼ା ପ୍ରଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅବାଦନକୁ ସାରା ବିଶ୍ୱ ପ୍ରଶଂସା କରିଥିବାବେଳେ ଏଥିନେଇ ଏକ ସଂକଳ୍ପ ବିଧାନସଭାରେ ସର୍ବସମ୍ମତି କ୍ରମେ ପାରିତ ହୋଇଥିଲାା ଏହି ସମୟ ମଧ୍ୟରେ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଛି ୬୮ତମ ରାଜ୍ୟ ସିିନିୟର ଆଥଲେଟିକ ଚମ୍ପିଅନସିପି ଆଜି ଏହାର ଦ୍ୱିତୀୟ ଦିବସରେ ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଆଜି କଳିଙ୍ଗ ଷ୍ଟାଡିୟମ୍ ଗସ୍ତରେ ଯାଇ କ୍ରୀଡ଼ାବିତ୍, କୋଚ୍ ଏବଂ ଅଫିସିଆଲମାନଙ୍କ ସହ ଆଲୋଚନା କରିଛନ୍ତିା
ରାଜ୍ୟ ସରକାର କଳିଙ୍ଗ ଷ୍ଟାଡିୟମ୍ରେ ଯେଉଁ ଅନ୍ତର୍ଜାତୀୟ ମାନର ଭିତ୍ତିଭୂମି ପ୍ରତିଷ୍ଠା କରିଛନ୍ତି ତାହା ଆଜିର ପ୍ରତିଯୋଗିତା ପାଇଁ ବେଶ୍ ଉପଯୋଗୀ ସାବ୍ୟସ୍ତ ହେବା ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିବା ପ୍ରତିଯୋଗୀମାନେ ଏହି ଅନୁଭୂତିକୁ ପାଥେୟ କରି ଆଗାମୀ ଦିନରେ ଭଲ ପ୍ରଦର୍ଶନ କରିବେ ବୋଲି ମନ୍ତ୍ରୀ ଶ୍ରୀ ବେହେରା ଆଶା ବ୍ୟକ୍ତ କରିଥିଲୋ ଏଥି ସହିତ ଖେଳାଳୀ, କୋଚ୍ ଏବଂ ଅଫିସିଆଲ୍ମାନଙ୍କୁ ଉତ୍ସାହିତ କରିବା ପାଇଁ କଳିଙ୍ଗ ଷ୍ଟାଡିୟମ୍ ଗସ୍ତ କରିଥିଲୋ
ମନ୍ତ୍ରୀ ଶ୍ରୀ ବେହେରା ଆଜି ଏହି ପ୍ରତିଯୋଗିତାରେ ଯୋଗଦେବା ସହିତ ଏଥିରେ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀ, କୋଚ୍ ଏବଂ ଅଫିସିଆଲମାନଙ୍କ ସହ ଆଲୋଚନା କରିଥିଲୋ ଏଠାକାର ପରିବେଶ, ଦିଆଯାଉଥିବା ସୁବିଧାସୁଯୋଗ ଏବଂ ରାଜ୍ୟ କ୍ରୀଡ଼ାକୁ ଅଧିକ ଆଗକୁ ନେବା ଲାଗି ଆଉ କ’ଣ ସବୁ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ ସେଥି ନେଇ ମନ୍ତ୍ରୀ ଶ୍ରୀ ବେହେରା ଆଲୋଚନା କରିଥିଲୋ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କ୍ରୀଡ଼ା ଓ କ୍ରୀଡ଼ାବିତଙ୍କ ବିକାଶ ପ୍ରତି ବେଶ୍ ଗୁରୁତ୍ୱ ଦେଉଥିବାରୁ ଆମ ସମସ୍ତଙ୍କୁ ରାଜ୍ୟ କ୍ରୀଡ଼ାର ଉନ୍ନତି ପାଇଁ କାର୍ଯ୍ୟ କରିବାକୁ ପଡ଼ିବା ଏଥି ସହ କ୍ରୀଡ଼ାବିତ୍ମାନେ ନିୟମିତ ଅଭ୍ୟାସ ଓ ନିଷ୍ଠା ବଳରେ କ୍ରୀଡ଼ାବିତ୍ମାନେ ରାଜ୍ୟ ପାଇଁ ଗୌରବ ଆଣିପାରିବେ ବୋଲି ମନ୍ତ୍ରୀ ଶ୍ରୀ ବେହେରା କ୍ରୀଡ଼ାବିତ୍ମାନଙ୍କୁ କହିଥିଲୋ ମନ୍ତ୍ରୀଙ୍କ ଏହି ଗସ୍ତ କ୍ରୀଡ଼ାବିତ୍ ଏବଂ ଅଫିସିଆଲ୍ମାନଙ୍କୁ ଉତ୍ସାହିତ କରିଛିା କ୍ରୀଡ଼ାକୁ ସର୍ବୋଚ୍ଚ ସ୍ତରକୁ ନେବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଯେଉଁ ଲକ୍ଷ୍ୟ ରହିଛି, ତାହା ମନ୍ତ୍ରୀ ଶ୍ରୀ ବେହେରାଙ୍କ ଏହି ଗସ୍ତ ସୂଚାଉଛି ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛିା
Sign in
Sign in
Recover your password.
A password will be e-mailed to you.