ବିଜେପି ଓ କଂଗ୍ରେସର 30 ଜଣ ଯୁବ ନେତା ବିଜେଡିରେ ଯୋଗ ଦେଲେ

0 1

ଭୁବନେଶ୍ୱର : ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ଆଜି ଭୁବନେଶ୍ୱରଠାରେ ବିଜେପି ଓ କଂଗ୍ରେସର 30 ଜଣ ଯୁବ ନେତା ବିଜେଡିରେ ଯୋଗ ଦେଇଛନ୍ତି। ସମସ୍ତେ ଗୋପାଳପୁର ବିଧାନସଭା ନିର୍ବାଚନମଣ୍ଡଳୀର ରଙ୍ଗେଇଲୁଣ୍ଡା ବ୍ଲକର । ସାଙ୍ଗଠନିକ ସମ୍ପାଦକ ଶ୍ରୀ ଦାସ ଏହି ଯୁବ ନେତାମାନଙ୍କୁ ସ୍ୱାଗତ କରି କହିଛନ୍ତି ଯେ ସେମାନଙ୍କ ଯୋଗଦାନ ଗୋପାଳପୁର ବିଧାନସଭା ନିର୍ବାଚନରେ ଦଳର ସାମର୍ଥ୍ୟ ବୃଦ୍ଧି କରିବ |

Leave A Reply

Your email address will not be published.