ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ମାଗଣା କର୍କଟରୋଗ ଶିବିର ଅନୁଷ୍ଠିତ

0 2
ସୁବର୍ଣ୍ଣପୁର( ପ୍ରକାଶ କୁମାର ହାତୀ )ସୁବର୍ଣ୍ଣପୁରଜିଲ୍ଲା ସ୍ବାସ୍ଥ୍ୟ ସମିତି ଅନୁକୂଲ୍ୟ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ଠାରେ ସ୍ୱାସ୍ଥ୍ୟ ସ୍ତରୀୟ ମାଗଣା କର୍କଟ ରୋଗ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ମୁମ୍ବାଇ ର ପ୍ରଖ୍ୟାତ କର୍କଟ ରୋଗ ବିଶେଷଜ୍ଞ ଡାକ୍ତର ଡିନେସ ପଣ୍ଡାରକର ନିଶୁକ୍ଳଲ ଭାବରେ ଏହି ଶିବିରରେ ଯୋଗଦନ କରିଥିବା ସହ ରୋଗୀମାଙ୍କୁ ନିଜର ମୁଲ୍ୟବାନ ପରାମର୍ଶ ଦେଇଛନ୍ତି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଏଥିପାଇଁ ପୂର୍ବରୁ ଜିଲ୍ଲାର ବିଭିନ୍ନ ଅଂଚଲରେ ଆବଶ୍ୟକ ପ୍ରଚାର ପ୍ରସାର କରାଯାଥିଲା । ଏହି ଶିବିରରେ ଯୋଗ ଦେଇଥିବା ସମସ୍ତ ୨୪ ଜଣ ରୋଗୀଙ୍କ ସହିତ ଡ଼ଃପାଣ୍ଡଙ୍କର ଅତି ଅମାୟିକ ଭାବରେ ମିଶିବା ସହ ଧର୍ଯ୍ୟ ର ସହିତ ସେମାନଙ୍କର ସୁବିଧା ଅସୁବିଧା ବୁଝି ସେମାନଙ୍କ ମନରେ ଭୟଙ୍କର ରୋଗରୁ ରକ୍ଷା ପାଇବା ପାଇଁ ନୂତନ ଆଶା ସଂଚାର କରାଇପାରିଛନ୍ତି । ଏହି ଶିବିର ସିଡିଏମଓଡ଼ଃ ଦିଲ୍ଲୀପ କୁମାର  ପଣ୍ଡା ,ଏଡିଏମଓ ଡ଼ଃ ପ୍ରଦୀପ କୁମାର ଗୁରୁ ଡ଼ିପିଏଚଓ ଡ଼ଃ ରମେଶ ଚଦ୍ର ସ୍ୱାଇ ଡିଏଲଓ  ଡ଼ଃ ତ୍ରିବିକ୍ରମ ପଣ୍ଡିଆ ,ଡିଟିବିଓ ଡ଼ଃ ପଦ୍ମାହଂସା ଡୋରା ,ଏମଓ ଡ଼ଃ ପାର୍ଥପ୍ରତିମ ପଣ୍ଡା ପ୍ରମୁଖ ଯୋଗ ଦେଇଥିବା ବେଲେ ଜିଲ୍ଲା କେନସର ନୋଡାଲ ଅଫିସର ଡ଼ଃ ନରେନ୍ଦ୍ର ମେହେର ଡ଼ଃ ପେଣ୍ଡାରକର ଙ୍କ ଠାରୁ ଆବଶ୍ୟକ ଉପଦେଶ ଗ୍ରହଣ କରି ଏଠାକାର ରୋଗୀ ମାନଙ୍କୁ ପରବର୍ତ୍ତୀ ସେବା ଯୋଗାଇଦେବେ। ଏହି କାର୍ଯ୍ୟକ୍ରମ ପରିଚାଳନାରେ ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରମୋଦ କୁମାର ସାହୁ ଷ୍ଟାଫ ନର୍ସ ଏଲି ଭଞ୍ଜ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ନାରାୟଣ ରଥ ସମୀର କୁମାର ନାୟକ ସହଯୋଗ ଏହି ଅଵସରରେ ଡ଼ଃ ପେଣ୍ଡକର ଗଣ ମାଧ୍ୟମର ପ୍ରତିନିଧି ମାନଙ୍କୁ ସାକ୍ଷାତ କରି କର୍କଟରୋଗର ନିରାକରଣ ଦିଗରେ ପ୍ରସନସା କରିବା ସହ ରାଜ୍ୟ ସରକାର ଅତିଶୀଘ୍ର ସମସ୍ତେ ଜିଲ୍ଲାରେ  କର୍କଟ ରୋଗର ନିରୁକରଣ ପାଇଁ ଆବଶ୍ୟକ ଯନ୍ତ୍ର ପାତି ଯୋଗାଇବେ ବୋଳି ପ୍ରକାଶ କରିଥିଲେ।ଏହି ଚିକିତ୍ସା ପାଇଁ ଦୂରଦୂରାନ୍ତକୁ ଯିବାକୁ ପଡ଼ିବ ନହିଁ ।ଏହି ଶିବିରରେ ଯୋଗଦେଇ ଥିବା ସମସ୍ଥ ରୋଗୀ ତଥା ସୁବର୍ଣ୍ଣ ପୁରର ଜନସାଧାରଣ ଙ୍କ ମହତ କାର୍ଯ୍ୟକ୍ରମ କୁ ସ୍ୱାଗତ କରିବା ସହ ଜିଲ୍ଲା ପ୍ରଶାସନକୁ ସ୍ୱାଗତ ଜଣାଇଛନ୍ତି। 
 
 
 
Leave A Reply

Your email address will not be published.