ଅସାମାଜିକ ବ୍ୟକ୍ତିଙ୍କ ଅଡ୍ଡାସ୍ଥଳୀ ପାଲଟିଛି ପଞ୍ଚାୟତ ଅଫିସ

0 2
  • ପଞ୍ଚାୟତ ଅଫିସ ଚାରିପଟେ ପଡିଛି ମଦ ବୋତଲ ଓ କଫ ସିରପ ବୋତଲ

  • ମହିଳାଙ୍କ ପାଇଁ ମହିଳା ସରପଞ୍ଚଙ୍କ ପଞ୍ଚାୟତ ଅଫିସ କେତେ ସୁରକ୍ଷିତ ?

ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ର ବରତୁଣ୍ଡା ଗ୍ରାମ ପଞ୍ଚାୟତ ଅଫିସ ବର୍ତ୍ତମାନ ଦୁର୍ନୀତି କୁ ନେଇ ଚର୍ଚ୍ଚାରେ ଥିବା ବେଳେ ପଞ୍ଚାୟତ ଅଫିସ ବର୍ତ୍ତମାନ ଏକ ପ୍ରକାର ଅସାମାଜିକ ବ୍ୟକ୍ତି ମାନଙ୍କର ଅଡ୍ଡା ସ୍ଥଳୀ ପାଲଟିଛି । ପଞ୍ଚାୟତ ଅଫିସ ପରିସରରେ ସବୁଆଡେ ପଡି ରହିଛି ମଦ ବୋତଲ , କଫସିରପ ବୋତଲ ଓ ଇଂଜେକସନ ସିରିଞ୍ଜ । ଦେଖିଲେ ଲାଗୁଛି ଏହି ଅଫିସ ଲୋକଙ୍କ ପରିବର୍ତେ ସସମାଜିକ ବ୍ୟକ୍ତିଙ୍କ ପାଇଁ ତିଆରି ହୋଇଛି । ସ୍ଥାନୀୟ ସଚେତନ ଲୋକେ କୁହନ୍ତି ଯେ ପ୍ରତ୍ୟେକ ଦିନ ନିଶା ସେବନ କରୁଥିବା କ୍ଷମତା ସମ୍ପନ୍ନ ବ୍ୟକ୍ତି ଓ ଅଧିକାରୀ ମାନଙ୍କର ଅଡ୍ଡା ଜମେ ଏହି ଅଫିସରେ । କେହି ବିରୋଧ ମଧ୍ୟ କରନ୍ତି ନାହିଁ । ସବୁଠାରୁ ବଡ଼ କଥା ହେଲା ଯେ ଏହି ପଞ୍ଚାୟତ ରେ ଜଣେ ମହିଳା ସରପଞ୍ଚ ଅଛନ୍ତି । ହେଲେ ଲୋକେ କୁହନ୍ତି କୁଆଡେ ମହିଳା ସରପଞ୍ଚ ଙ୍କର ସ୍ୱାମୀ ଓ ତାଙ୍କ ପୁଅ ଙ୍କର ପୂର୍ଣ୍ଣ କ୍ଷମତା ଓ ଦାଖଲ ରହିଛି ପଞ୍ଚାୟତ ର କାମରେ । ଏହି ପଞ୍ଚାୟତ ଅଫିସରେ ମହିଳା କର୍ମଚାରୀ ମଧ୍ୟ କାମ କରନ୍ତି ଏହା ସହିତ ନିଜର କାମ ପାଇଁ ଅନେକ ମହିଳା ପ୍ରତ୍ୟେକ ଦିନ ଏଠାକୁ ଆସିଥାନ୍ତି ହେଲେ ଅସାମାଜିକ ବ୍ୟକ୍ତି ମାନଙ୍କର ଏହି ଅଡ୍ଡା ସ୍ଥଳୀରେ ମହିଳା ମାନେ କେତେ ସୁରକ୍ଷିତ ତାହା ଏକ ବିରାଟ ପ୍ରଶ୍ନ । ଜିଲ୍ଲାପାଳ ତଥା ପାଇକମାଲ ବିଡ଼ିଓ ଏହି ସମସ୍ୟା ଉପରେ ଦୃଷ୍ଟି ଦେବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି ।

 

Leave A Reply

Your email address will not be published.