ଲୋକଙ୍କୁ ଘର ନମିଳୁ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କିନ୍ତୁ ତିଆରି ହେଉଛି ଦୋକାନ ଘର

0 2

ପଦ୍ମପୁର(ଶାସକପ୍ରଶାସକ)- ଗରିବ ତଥା ଦାରିଦ୍ର୍ୟ ସିମାରେଖା ତଲେ ବସବାସ କରୁଥିବା ଲୋକେ ଯେପରି ପକ୍କ ଘରେ ରହି ପାରିବେ ସେଥିପାଇଁ ବିଜୁ ପକ୍କାଘର ଯୋଜନା ହେଉ ଅବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସରକାର ପକ୍କାଘର ଯୋଗାଇ ଦେଉଛନ୍ତି । ହେଲେ ଅସାଧୁ କର୍ମଚାରୀ ମାନେ ଟଙ୍କା ଲୋଭରେ ପ୍ରକୃତ ହିତାଧିକାରୀଙ୍କୁ ପକ୍କାଘର ଯୋଗାଇ ଦେବା ବଦଳରେ ପୁଞ୍ଜିପତି ଲୋକଙ୍କୁ ପକ୍କାଘର ଦେଉଥିବା ଖବର ସାମନାକୁ ଆସୁଛି । ପଦ୍ମପୁର ବ୍ଳକ କନସିଂହା ପଞ୍ଚାୟତ କନସିଂହା ଗ୍ରାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଦୁରୁପଯୋଗ କରାଯାଇଥିବା ଦେଖିବାକୁ ମିଲିଛି । ପ୍ରଧାନମନ୍ତ୍ରୀ ଆବାସ ଲୋକଙ୍କ ପାଇଁ ବସବାସ କରିବା ପାଇଁ ଉଦ୍ଦିଷ୍ଟ ହେଉଥିବା ବେଳେ କନସିଂହା ଠାରେ ଦୋକାନ ଗୄହ ନିର୍ମାଣ କରାଯାଇଥିଲା ଦେଖିବାକୁ ମିଲିଛି । ଗୋଟିଏ ପଟେ ଏହି କନସିଂହା ଗ୍ରାମର ଗରିବ ତଥା ଦାରିଦ୍ର୍ୟ ସିମାରେଖା ତଲେ ବସବାସ କରୁଥିବା ଲୋକେ ବର୍ତ୍ତମାନ ମଧ୍ୟ ଛିଣ୍ଡା ପୋଲିଥିନ ତଲେ ରହୁଛନ୍ତି ହେଲେ ଅସାଧୁ ପଞ୍ଚାୟତ କର୍ମଚାରୀ ମାନେ ଟଙ୍କା ଲୋଭରେ ଆବାସ ଯୋଜନାର ଦୁରୁପଯୋଗ କରୁଛନ୍ତି । ପଦ୍ମପୁର ବ୍ଳକ ପ୍ରଶାସନ ଓ ପଦ୍ମପୁର ଉପଖଣ୍ଡ ପ୍ରଶାସନ ଏ ବିଷୟରେ ତଦନ୍ତ କରି ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଗାଇ ଦେବା ସହ ଅସାଧୁ କର୍ମଚାରୀ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସାଧାରଣରେ ଦାବି ହୁଏ ।

Leave A Reply

Your email address will not be published.