ବର୍ତ୍ତମାନ ସୁଦ୍ଧା କୋଣସି ମାମଲା ହୋଇନି, ସ୍ୱଳ୍ପ କିଛି ଟଙ୍କା ଦେଇ ମାମଲା ଚପେଇ ଦେବାକୁ ଉଦ୍ୟମ
ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଶିକ୍ଷା ଅଧିକାର ଶ୍ରୀ ଚୁଡାମଣି ବାରିକ ଗତ ଶନିବାର ଦିନ ପାଇକମାଲ ହାଇ ସ୍କୁଲରୁ ନିଜର କାର ଧରି ବାହାରୁ ଥିବା ସମୟରେ ଗୋଟିକ ବାଇକ ଚାଳକ ସହିତ ତାଙ୍କର ଆକ୍ସୀଡେଣ୍ଟ ହୋଇଯାଇଥିଲା । ଯାହା ଫଳରେ ବାଇକରେ ଯାଉଥିବା ପାଇକମାଲ ନିକଟସ୍ଥ ଡୁଙ୍ଗୁରିପାଳି ଗ୍ରାମର ଦିବାକର ସୁନା ନାମକ ଜଣେ ବ୍ୟକ୍ତି ଯିଏ ବାଇକରେ ପଛ ପଟେ ବସିଥିଲେ ଗୁରୁତର ଭାବରେ ଆହତ ହୋଇଥିଲେ । ଦିବାକର ଙ୍କୁ ପ୍ରଥମେ ପାଇକମାଲ ସରକାରୀ ଡାକ୍ତରଖାନା ଓ ପରେ ପଦ୍ମପୁର ଉପଖଣ୍ଡ ଚିକିତ୍ସାଲୟ କୁ ନିଆଯାଇ ଚିକିତ୍ସା କରାଯାଇଥିଲା । ହେଲେ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଖରାପ ହେବା କାରଣରୁ ଗତକାଲି ତାଙ୍କୁ ପ୍ରଥମେ ବରଗଡ଼ ଜିଲ୍ଲା ଡାକ୍ତରଖାନା ଓ ପରେ ବୁର୍ଲା ଭୀମସାର କୁ ସ୍ଥାନାନ୍ତର କରାଯାଇଥିଲା । ବର୍ତ୍ତମାନ ବୁର୍ଲାରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣା ପଡ଼ିଛି । ତାଙ୍କର ପଂଜାରା ହାଡ଼ ଭାଙ୍ଗି ଯାଇଥିବା ବେଳେ , କାନ୍ଧରୁ ହାତ ଖସି ଯାଇଛି ଓ ମୁଣ୍ଡ ପଛ ପଟକୁ ଆଘାତ ଲାଗିଥିବା ପରିବାର ଲୋକେ କହିଛନ୍ତି ।
ହେଲେ ମୁଖ୍ୟ କଥା ହେଲା ଯେ ଦୁର୍ଘଟଣା ପରେ ଏହି ଘଟଣାକୁ ଜୋରଦାର ଭାବରେ ଚପେଇ ଦେବାର ବୃଥା ଉଦ୍ୟମ କରାଯାଇଥିଲା । ଆହତ ଙ୍କର ପରିବାରକୁ ପ୍ରଥମେ ତିନି ହଜାର ଓ ପରେ ପାଞ୍ଚ ହଜାର ଟଙ୍କାର ସ୍ୱଳ୍ପ ଅର୍ଥ ବିଇଓ ଙ୍କର ଦ୍ୱାରା ପ୍ରଦାନ କରାଯାଇ ଏହି ଘଟଣା କୁ ପ୍ରକାଶ ନ କରିବା ପାଇଁ କୁହାଯାଇଥିଲା । ଅନ୍ୟପଟେ ଏହି ଦୁର୍ଘଟଣା ବାବଦରେ ପାଇକମାଲ ଥାନାରେ ବିଇଓ ଙ୍କର ତରଫରୁ କୋଣସି ଅଭିଯୋଗ କିମ୍ବା ରିପୋର୍ଟ କରାଯିବା ପରିବର୍ତେ ବର୍ତ୍ତମାନ ପର୍ଯନ୍ତ ନୀରବତା ଅବଲମ୍ବନ କରାଯାଇଛି । ଅନ୍ୟପଟେ ବିଇଓ ଙ୍କର କହିବା କଥା ହେଲା ସେ ହାଇ ସ୍କୁଲରୁ ବାହାରୁ ଥିବା ସମୟରେ ବାଇକ ଆରୋହି ତାଙ୍କ ଗାଡି ରେ ପିଟି ହୋଇଥିଲା । ତାଙ୍କର କିଛି ଭୁଲ ନାହିଁ । ତାଙ୍କର ଭୁଲ ଥିଲା କି ନଥିଲା ତାହା ତଦନ୍ତ ସାପେକ୍ଷ କିନ୍ତୁ ଜଣେ ପ୍ରତିଷ୍ଠିତ ଓ ଶିକ୍ଷିତ ବ୍ୟକ୍ତି ଭାବରେ ସେ ତୁରନ୍ତ ଏହି ଦୁର୍ଘଟଣା ବାବଦରେ ପୋଲିସ କୁ ଅବଗତ କରିବା କଥା । ଏପଟେ ଗୁରୁତର ଦିବାକର ଙ୍କର ସ୍ଵାସ୍ଥ୍ୟ ଅବସ୍ଥା ଯଦିଓ ସ୍ଥିର ରହିଛି କିନ୍ତୁ ଏବେବି ସେ ସଙ୍କଟାପନ୍ନ ଅବସ୍ଥାରେ ଥିବା ତାଙ୍କ ଝିଅ ମାନେ ପ୍ରକାଶ କରିଛନ୍ତି । ପାଇକମାଲ ପୋଲିସ ତରଫରୁ ଏହି ମାମଲାର ସ୍ୱତଃ ସଜ୍ଞାନ ନେଇ ଦୁର୍ଘଟଣା ଗ୍ରସ୍ତ ଉଭୟ ଗାଡିକୁ ଥାନାକୁ ଆଣି ବିସ୍ତୃତ ତଦନ୍ତ କରାଯିବା ଏକାନ୍ତ ଆବଶ୍ୟକ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମାନେ ମତ ରଖିଛନ୍ତି ।