ବିପୁଳ ମାତ୍ରାରେ ନିଶା ଇଂଜେକସନ , ନିଶା ବଟିକା ଓ କଫସିରଫ ଜବତ

0 2

ଚେର ଲମ୍ବିଛି କଳିକତାକୁ, ଦୁଇ ଗିରଫ ଓ ଜଣେ ଫେରାର

ବରଗଡ :- ବରଗଡ଼ ଜିଲ୍ଲାରେ ଜୋରସୋରରେ ଚାଲିଛି ଅବୈଧ ନିଶା କାରବାର । ମୂଖ୍ୟତଃ ଯୁବସମାଜ କୁ ଟାର୍ଗେଟ କରି କିଛି ଅସାଧୁ , ମୁନାଫାଖୋର ବ୍ୟବସାୟୀ ସାମାନ୍ୟ ଅର୍ଥ ଲୋଭରେ ଯୁବସମାଜ କୁ ନିଶାସକ୍ତ କରାଇ ପଙ୍ଗୁ କରିଦେବାର ପ୍ରୟାସ ଜାରୀ ରଖିଛନ୍ତି ଖଳ ପ୍ରକୃତିର ଅସାଧୁ ବ୍ୟବସାୟୀ । କଲେ ବଳେ କୌଶଳେ ନିଶା ସାମ୍ରାଜ୍ୟର ବିସ୍ତାର କରିବା ପାଇଁ ଯେ କୋଣସି ଉପାୟ ଅବଲମ୍ବନ କରିବା ପାଇଁ ପଛଘୁଞ୍ଚା ଦେଉ ନାହାନ୍ତି ନିଶା ବ୍ୟବସାୟୀ ମାନେ ।
ଗତ ଶନିବାର ରାତି ପ୍ରାୟ ନଅ ଘଣ୍ଟା ସମୟରେ ପୂର୍ବ ସୂଚନା ଅନୁସାରେ ପାଇକମାଲ ପୋଲିସ ଦୁଇ ଜଣ ବ୍ୟକ୍ତି କୁ କାବୁ କରି ସେମାନଙ୍କର ନିକଟରୁ ବ୍ୟାପକ ପରିମାଣ ରେ ନିଶା ଇଂଜେକସନ , ନିଶା ବଟିକା ଓ କଫସିରଫ ଜବତ କରିଥିଲା । ପୋଲିସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବରଗଡ଼ ଜିଲ୍ଲା ଝାରବନ୍ଧ ଅଂଚଳର କୋଶଳ ଚନ୍ଦ୍ର ସାହୁ ଓ ସୁଶୀଲ ବନଛୋର ନାମକ ଦୁଇ ଜଣ ବ୍ୟକ୍ତି ସୁଦୂର କଳିକତାରୁ ଅବୈଧ ନିଶା ବଟିକା,ଇଂଜେକସନ ଓ କଫ ସିରଫ ନେଇ ଝାରବନ୍ଧ ଯିବା ପାଇଁ ପାଇକମାଲ ଭାଟିପଡା ଛକ ନିକଟରେ ଥିଲେ । ଏହି ସମୟରେ ପାଇକମାଲ ପୋଲିସ ତାଙ୍କୁ କାବୁ କରି ପକାଇଥିଲେ । ଦୁଇ ଜଣ ଧରା ପଡିଥିବା ବେଳେ ଜଣେ ଅଭିଯୁକ୍ତ ଘଟଣା ସ୍ଥଳରୁ ଫେରାର ହେବାରେ ସଫଳ ହୋଇଛି । ଦୁଇ ଅଭିଯୁକ୍ତ ଙ୍କର ନୁକଟରୁ ଚାରି ହଜାର( ୪୦୦୦) ନିଶା ଇଂଜେକସନ ସହିତ ପାଞ୍ଚ ଶହ ନିଶା ବଟିକା ଏବଂ ବିପୁଲ ମାତ୍ରାରେ କଫସିରଫ ଜବତ କରିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଅନ୍ୟ କିଛି ପ୍ରତିବନ୍ଧିତ ନିଶା ଦ୍ରବ୍ୟ ମଧ୍ୟ ପୋଲିସ ଜବତ କରିବାରେ ସଫଳ ହୋଇଛି । ପାଇକମାଲ ଥାନା ଅଧିକାରୀ ବିଶ୍ୱଜିତ ମନବୋଧ ପାଇକମାଲ ଥାନାରେ କେଶ ନମ୍ବର 159/21 ଧାରା 274,/ 275 / 34 IPC/21(b)ndps ଆକ୍ଟ ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଦୁଇ ଅଭିଯୁକ୍ତ ଙ୍କୁ ଗତକାଲି ରାତିରେ କୋର୍ଟ ଚାଲାଣ କରାଯାଇଛି । ଅଭିଯୁକ୍ତ ଙ୍କର ନିକଟରୁ ପ୍ରାୟ ଚାରି ଲକ୍ଷ ଟଙ୍କାର ନିଶା ଦ୍ରବ୍ୟ ଜବତ ହୋଇଥିବା ଜଣା ପଡ଼ିଛି । ତେବେ ଏହି ଘଟଣାର ଆହୁରି ତଦନ୍ତ କରାଗଲେ ଆହୁରି କିଛି ଅପରାଧୀ ଧରା ପଡିବେ ବୋଲି ସାଧାରଣ ରେ ଚର୍ଚ୍ଚା ଜୋର ଧରିଛି ।

Leave A Reply

Your email address will not be published.