ପଦ୍ମପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ଓ ନୂଆପଡ଼ା ଭାୟା ପଦ୍ମପୁର ବରଗଡ଼ ନୂତନ ରେଲ ଲାଇନ୍ ସଂଯୋଗ ଦାବି ; କେନ୍ଦ୍ରମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ ।

0

ଝାରବନ୍ଧ-ମନୋହର ଦାଶ: ଭାରତୀୟ ଜନତା ପାର୍ଟି ପଦ୍ମପୁର ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରତିନିଧି ଦଳ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ୩ ଦିନିଆ ଓଡିଶା ଗସ୍ତ ଆସିଥିବା ବେଳେ ତାଙ୍କୁ ପଦ୍ମପୁର ଠାରେ ଏକ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ,ନୂଆପଡା ଭାୟା ପଦ୍ମପୁର ବରଗଡ ନୁତନ ରେଳ ଲାଇନ ସଂଯୋଗ ପାଇଁ ଦାବି ପତ୍ର ପ୍ରଦାନ କରି ଥିଲେ । ଭୁବନେଶ୍ୱର ଠାରେ ସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟ ହୋଇଥିବା ଉଭୟ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେଇ ଥିଲେ । ଏଥିରେ ପଦ୍ମପୁର ପୂର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତଙ୍କ ନେତୃତ୍ବରେ ବରଗଡ ଜିଲ୍ଲା ଉପ ସଭାପତି ସରୋଜ ସାମଲ,ରାଜ୍ଯ ଯୁବ ମୋର୍ଚ୍ଚା ସଂପାଦକ ଶ୍ରୀ ପ୍ରୀତେଶ ବହିଦାର,ପଦ୍ମପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ କୁମରମଣି ନାୟକ,ବରିଷ୍ଠ ବିଜେପି ନେତା ଶ୍ରୀ ଗୋବର୍ଦ୍ଧନ ଅଗ୍ରୱାଲ,ଡା ଲମ୍ବୋଦର ପଣ୍ଡା,ରାଜ ବୋଡାସମ୍ବର ବ୍ଲକ ସାଂସଦ ପ୍ରତିନିଧି ଶ୍ରୀକାନ୍ତ ପାଣିଗ୍ରାହୀ,ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ସରୋଜ ପାଣିଗ୍ରାହୀ, ବରଗଡ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶ୍ରୀକାନ୍ତ ମିଶ୍ର,ରାଜେନ୍ଦ୍ର ସେଠ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.