ଯୁବକ ନିଖୋଜ, ଥାନାରେ ଲିଖିତ ଅଭିଯୋଗ

0 2

କଲ୍ୟାଣସିଂହପୁର/ପ୍ରଦୀପ ଦଳାଇ/ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତର ଲକ୍ଷ୍ମୀପୁର ଗାଁର ମୃତ ହରି କାଶୀ ଙ୍କ ଚତୁର୍ଥ ପୁଅ ଦେବେନ୍ଦ୍ର କାଶୀ ନିଖୋଜ ଥିବା ନେଇ ବଡଭାଇ ଅର୍ଜୁନ କାଶୀ ଥାନାରେ ଲିଖିତ ଅଭିଯୋଗ ଦେଇଥିବା ଜଣାପଡିଛି । ଲିଖିତ ଅନୁଯାୟୀ ଦେବେନ୍ଦ୍ର କାଶୀ ଙ୍କ ସ୍ତ୍ରୀ ଙ୍କ ଦେହାନ୍ତ ହେବା ପରେ ସେ ମାନସିକ ବିକୃତି ହୋଇଯାଇଥିଲା । ସେ ମାନସିକ ବିକୃତ ହୋଇଥିବାରୁ ତାଙ୍କର ଦୁଇଟି ଝିଅ ଓ ଗୋଟିଏ ପୁଅ କୁ ଆଣି ବଡ ଭାଇ ରଖିଥିଲେ । ଗତ ମଙ୍ଗଳବାର ଦିନ ରାତ୍ରରେ ସମସ୍ତେ ଖାଇ ପିଇ ଶୋଇ ଥିଲେ । ଉଠି ଦେଖିବା ବେଳେ ଦେବେନ୍ଦ୍ର ଘର ଛାଡ଼ି କେଉଁ ଆଡେ ଚାଲିଯାଇଛି ।ପରିବାର ଲୋକେ ଗାଁ ଆଖପାଖ ଓସବୁ ବନ୍ଧୁବାନ୍ଧବ ଙ୍କ ଘର ଆଡେ ଖୋଜା ଖୋଜି କରିବା ପରେ କୌଣସି ଅନୁସନ୍ଧାନ ପାଇନଥିବାରୁ ଶୁକ୍ରବାର ଦିନ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ ଦେଇଛନ୍ତି । ସେ ଘରୁ ଯିବା ବେଳେ ସବୁଜ ରଙ୍ଗ ସାର୍ଟ, ଧଳା ରଙ୍ଗର ପ୍ୟାଣ୍ଟପିନ୍ଧିଥିବା ଓ ତାର ଉଚ୍ଚତା ୪ଫୁଟ୬ଇଞ୍ଚ, ଶ୍ୟାମଳ ବର୍ଣ୍ଣ ର ଲୋକ ବୋଲି ଏତଲା ଦର୍ଶାଯାଇଛି |

 

Leave A Reply

Your email address will not be published.