ଗଜପତି ଜିଲ୍ଲାରେ ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ

0 2

ଜିଲ୍ଲା ଶିକ୍ଷା ବିଭାଗର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରୀୟ ଯୋଜନା କାର୍ଯ୍ୟକ୍ରମର ଅଗ୍ରଗତି ଓ ବିଭିନ୍ନ ସମସ୍ୟା ସମ୍ପର୍କିତ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଏବଂ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଆଜି ଜିଲ୍ଲା ଶିକ୍ଷା ବିଭାଗ ଆନୁକୂଲ୍ୟରେ ଗଜପତି ଜିଲ୍ଲାରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅନୁଦାନରେ ଚାଲିଥିବା ବିଭିନ୍ନ ଯୋଜନା କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କିତ ଏକ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାସଙ୍କ ଦ୍ଵାରା ଅନୁଷ୍ଠିତ ହୋଇଯାଇଛି ।
ଏଥିସହିତ ଗତ ମାଟ୍ରିକ ଓ ସିବିଏସିଇ ପରୀକ୍ଷାରେ ଜିଲ୍ଲାରେ ଶ୍ରେଷ୍ଠ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ଦାସ ଅଧ୍ୟକ୍ଷତା କରି ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ମାନଙ୍କରେ ଚାଲିଥିବା ସରକାରଙ୍କ ମଧ୍ୟାହ୍ନ ଭୋଜନ , ହଷ୍ଟେଲ ବ୍ୟବସ୍ଥା , ପିଲାଙ୍କ ବହି ଓ ପୋଷାକ ଯୋଗାଣ , ଭୋକେସନଲ ଶିକ୍ଷା ସ୍କଲରସିପ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ଉପସ୍ଥିତ ସମସ୍ତଙ୍କ ସହ ବିଷାଦ ଭାବେ ଆଲୋଚନା କରି ଟିକିନିଖି ସମୀକ୍ଷା କରିଥିଲେ । ସମୀକ୍ଷା କରିବା ପରେ ସମସ୍ତ କାର୍ଯ୍ୟକ୍ରମ ସନ୍ତୋଷଜନକ ଭାବେ ଆଗେଇ ଚାଲିଛି ବୋଲି କହିଥିଲେ ।
ଏଥିସହିତ ଏହି ସମୀକ୍ଷା ବୈଠକରେ ଆଦର୍ଶ ବିଦ୍ୟାଳୟ ସମସ୍ୟା , ସ୍କୁଲ କେନ୍ଦ୍ର ଏକ୍ସସଲେନନ୍ସି , ଶିକ୍ଷକ ମାନଙ୍କ ପଦୋନ୍ନତି , ମୋ ସ୍କୁଲ କାର୍ଯ୍ୟକ୍ରମ , ବିଇଓ ମାନଙ୍କ ସମସ୍ୟା ପ୍ରଭୃତି ଉପରେ ଆଲୋଚନା ଓ ସମୀକ୍ଷା କରିଥିଲେ । କୋରନା ସମୟରେ ପିଲାଙ୍କ ଅନଲାଇନ ପାଠପଢ଼ା ସମୟରେ ଆମେ ସମସ୍ତଙ୍କ ଠାରେ ମୋବାଇଲ ନେଟୱର୍କ ସମସ୍ୟା ଯୋଗୁଁ ପହଞ୍ଚି ପାରିଲୁନି । ଅଗମ୍ୟ ପାହାଡିଆ ଅଞ୍ଚଳ ଯେଉଁଠାରେ ମୋବାଇଲ ନେଟୱର୍କ ଠିକ୍ ଭାବେ ପହଞ୍ଚିପାରୁନି ସେଠାକୁ ନେଟୱର୍କ ସୁବିଧା ବ୍ୟବସ୍ଥା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ , କେନ୍ଦ୍ର ସରକାରଙ୍କୁ ବହୁବାର ଜଣାଇଛୁ , ଆମେ ମଧ୍ୟ ଆଶା ରଖିଛୁ ଯେ , ଏହି ସମସ୍ୟା ଖୁବ୍ ଶୀଘ୍ର ସମାଧାନ ହୋଇଯିବ ବୋଲି କହିଥିଲେ ।
ଏହି ଅବସରରେ ଗତ ଓଡିଶା ମାଟ୍ରିକ ବୋର୍ଡ ପରୀକ୍ଷାରେ ଏ-ୱାନ ରଖି ଜିଲ୍ଲାରେ ଶ୍ରେଷ୍ଠ କୃତିତ୍ୱ ରଖିଥିବା ୪ ଜଣ ଛାତ୍ରଛାତ୍ରୀଙ୍କୁ ଏବଂ କେନ୍ଦ୍ରର ସିବିଏସଇ ଦ୍ୱାରା ପରିଚାଳିତ ଏକାଦଶ ପରୀକ୍ଷାରେ ଜିଲ୍ଲାର ଜେଏନୟୁ , କେଭି , ସେଞ୍ଚୁରିଅନ ଓ ଓଡିଶା ଆଦର୍ଶ ବିଦ୍ୟାଳୟର ଜିଲ୍ଲାର ୧୧ ଜଣ ଛାତ୍ରଛାତ୍ରୀଙ୍କୁ ମନ୍ତ୍ରୀ ଶ୍ରୀ ଦାସ , ମାନପତ୍ର , ମୋବାଇଲ ଓ ପୁରସ୍କାର ଦେଇ ସମ୍ବର୍ଦ୍ଧିତ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡାଙ୍କ ସମେତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପ୍ରଦୀପ କୁମାର ନାଗ ଏଡିଇଓ: ଶ୍ରୀ ମନୋଜ ରଞ୍ଜନ ଦଳେଇ ,ଡାଏଟ ଗୁରୁ ତାଲିମ ପ୍ରତିଷ୍ଠାନର ଅଧ୍ୟକ୍ଷା ଶ୍ରୀମତୀ ଅପନ୍ନା ମିଶ୍ର , ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଡ଼ଃ ବୃଷକେତୁ ଦାସ , ସମସ୍ତ ବ୍ଲକର ବିଇଓ , ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଦାୟିତ୍ୱରେ ଥିବା କ୍ରୀଡା ଅଧିକାରୀ ଶ୍ରୀ ପ୍ରଭାକର ତ୍ରିପାଠୀ , ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀ ସାତ୍ମିକ କୁମାର ପଟ୍ଟନାୟକଙ୍କ ସମେତ ବିଭିନ୍ନ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ଡିପିସି କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରି ମାନେ ଉପସ୍ଥିତ ରହି ବୈଠକ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.