ବରଗଡ :- ବିଶ୍ଵ ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପର୍ବତକୁ ରକ୍ଷା କରିବା ପାଇଁ ୩୭ବର୍ଷ ତଳେ ଆଜିର ଦିନରେ ଗଠନ କରାଯାଇଥିଲା ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ । ଘଟଣାଟି ହେଲା ଗନ୍ଧମାର୍ଦ୍ଦନ ପର୍ବତରେ ଗଛିତ ଥିବା ବକ୍ସାଇଟ ଖନନ ପାଇଁ ତତ୍କାଳୀନ ରାଜ୍ୟ ସରକାର ଭାରତ ଆଲୁମିନିୟମ କମ୍ପାନୀ କୁ ଲିଜ ପ୍ରଦାନ କରିଥିଲେ । ଖନନ ଫଳରେ ପରିବେଶ ନଷ୍ଟ ସହିତ ବିଶ୍ୱପ୍ରସିଦ୍ଧ ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ମନ୍ଦିର ନଷ୍ଟ ହେବାର ଆଶଙ୍କା ଏହା ସହିତ ପର୍ବତରୁ ପ୍ରତକ୍ଷ ଓ ପରୋକ୍ଷ ଭାବରେ ଜୀବିକା ଚଳାଉଥିବା ସ୍ଥାନୀୟ ଆଦିବାସୀ ଙ୍କର ଜୀବିକା ନଷ୍ଟ ଓ ଅନେକ ପ୍ରକାର କ୍ଷତିର ଆଶଙ୍କାରେ ସ୍ଥାନୀୟ ଲୋକେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ଗଠନ କରି ଏକ ଲମ୍ବା ଆନ୍ଦୋଳନ କରିଥିଲେ । ଶେଷରେ ସରକାର ବାଧ୍ୟ ହୋଇ ଖନନ ପ୍ରକଳ୍ପ କୁ ବନ୍ଦ କରିବାର ଘୋଷଣା କରିଥିଲେ ।
ଆଜି ପବିତ୍ର ତୀର୍ଥକ୍ଷେତ୍ର ନୃସିଂହନାଥ ସ୍ଥିତ କପିଲ ମୁନି ଆଶ୍ରମ ଠାରେ ଗନ୍ଧମାର୍ଦନ ଯୁବ ପରିଷଦ ର ୩୭ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ବୈଠକ ରେ ପାଟଣାଗଡ,ନୂଆପଡା,ପଦ୍ମପୁର ଉପଖଣ୍ଡ ଅଞ୍ଚଳରୁ ଶତାଧିକ ଗନ୍ଧମାର୍ଦନ ଆନ୍ଦୋଳନ ପ୍ରେମୀ ମାନେ ଯୋଗଦାନ କରିଥିଲେ।ଉକ୍ତ ବୈଠକରେ କେନ୍ଦ୍ରୀୟ ସଭାପତି ରୂପେ ଶ୍ରୀଯୁକ୍ତ ରବିନାରାୟଣ ସାହୁ ଙ୍କୁ ପୂର୍ବତନ ସାଂସଦ ଭବାନୀ ଶଙ୍କର ହୋତା,ଗୌତମ ବିଶ୍ଵାଳ,ପୂର୍ବତନ ବିଧାୟକ ଲୋଇସିଂହା ବାଲଗୋପଲ ମିଶ୍ର ସର୍ବ ସମ୍ମତି କ୍ରମେ ମନୋନୀତ କରିଥିଲେ । ଗନ୍ଧମାର୍ଦନ ପର୍ବତକୁ ଜାତୀୟ ସମ୍ପତି ରୂପେ ଘୋଷଣା କରିବା ସହ ଏହାକୁ ସବୁଦିନ ପାଇଁ ସୁରକ୍ଷା କରିବା ପାଇଁ ଏକ ନିର୍ଦ୍ଧିଷ୍ଟ ଆଇନ କରାଯାଉ।ପଦ୍ମପୁର ଉପଖଣ୍ଡ ବୃଷ୍ଟିଛାୟା ଓ ଚିରମରୁଡ଼ି ପ୍ରପୀଡ଼ିତ ଅଞ୍ଚଳ ହୋଇଥିବାରୁ ମରୁଡ଼ିର ସ୍ଥାୟୀ ବ୍ୟବସ୍ଥା କରାଯାଉ। ନୃସିଂହନାଥ ଠାରୁ ହରିଶଙ୍କର ପର୍ଯ୍ୟନ୍ତ ରୋପ-ୱେ ତୁରନ୍ତ କରାଯାଉ।ପାଇକମାଳ ଠାରୁ ନୃସିଂହନାଥ ଓ ଖପ୍ରାଖୋଲ ଠାରୁ ହରିଶଙ୍କର ପର୍ଯ୍ୟନ୍ତ ପର୍ଯ୍ୟଟନ ରାସ୍ତା ନିର୍ମାଣ କରାଯାଉ।ଆଦି ବିଷୟରେ ପୁଙ୍ଖାନପୁଙ୍ଖ ଭାବେ ଆଲୋଚନା କରାଗଲା।ଉକ୍ତ ଆଲୋଚନା ବୈଠକ ରେ ସର୍ବଶ୍ରୀ ହରେଗମ୍ ଭୋଇ,ଗମନନ୍ ଭୋଇ,ଗୁପତ ରାମ ବାରିକ,ସୁଶିଲ ନାୟକ,ତେକେନ୍ଦ୍ର ଜାଲ,କଉତୁକ ସାହୁ,ବିଶ୍ଵନାଥ ରଣା, ଧବଳେଶ୍ଵର ସାହୁ (ସରପଞ୍ଚ ପାଇକମାଳ),ଗିରୀମ ଦଂଶେନା,ସୁଧାଂଶୁ ଶେଖର ବାରିକ,ମୋହନ ଜଗତ, ଜଳକର ବେହେରା ସନ୍ତୋଷ ବେହେରା,ଗୋବିନ୍ଦ ପଟେଲ, କ୍ଷୀରସାଗର ନାୟକ,ମନୋଜ ବାରିକ ରାଜକୁମାର ସେଠ୍ ଆଦି ନିଜ ନିଜର ମତ ପ୍ରଦାନ୍ କରିଥିଲେ।ସୁଶିଲ ନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ।