ସାମାନ୍ୟ ବର୍ଷା ରେ ଧୋଇନେଲା ଅସ୍ଥାୟୀ ପୋଲ, ୬ ଖଣ୍ତ ପଞ୍ଚାୟତବାସୀ ହନ୍ତସନ୍ତ।

0 1

କଲ୍ୟାଣସିଂହପୁର/ପ୍ରଦୀପ ଦଲାଇ/ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦରରେ ଥିବା କଲ୍ୟାଣୀ ନଦୀ ରେ ସାମାନ୍ୟ ବର୍ଷା ହେବାରୁ ଧୋଇନେଲା ଅସ୍ଥାୟୀ ପୋଲ । ଅସ୍ଥାୟୀ ପୋଲ ଧୋଇ ଯିବାରୁ ଉକ୍ତ ବ୍ଲକର ୬ଟି ପାର୍ସାଲି, ପଲମା, ସୁନାଖଣ୍ଡି, ପୂଜାରୀଗୁଡା, ମାଝୀଗୁଡା, କଲ୍ୟାଣସିଂହପୁର,ପଞ୍ଚାୟତ ବାସୀ ନାହିଁନଥିବା ଅସୁବିଧା ହେଉଥିବା ଦେଖିବାକୁ ମିଳୁଛି ।ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟକୁ, ଗ୍ରାମବାସୀ ବ୍ଲକ,ତହସିଲ,ଥାନା ବିଭିନ୍ନ କାର୍ଯ୍ୟପାଇଁ ଆସିବାକୁ ନାହିଁ ନଥିବା ଅସୁବିଧା ରେ ସମ୍ମୁଖୀନ ହେଉଛନ୍ତି ।ଅନ୍ୟ ରାସ୍ତାରେ ବ୍ଲକ କୁ ଆସିବାପାଇଁ ହେଲେ ଅଧିକା ଖର୍ଚ୍ଚାନ୍ତ ହେଉଥିବା ଅଭିଯୋଗ କରିଛନ୍ତି ।ଉକ୍ତ ଅସ୍ଥାୟୀ ପୋଲ ବାରମ୍ବାର ମାଟି ପକାଇ ରାସ୍ତା ମରାମତି କରୁଥିଲେ ବି ଉପର ମୁଣ୍ଡରେ ସାମାନ୍ୟ ବର୍ଷା ହେଲେ ତାହା ଧୋଇ ନେଇଯାଉଛି ।୨୦୧୭ମସିହା ଜୁଲାଇ୧୬ତାରିଖରେ ଉପର ମୁଣ୍ଡରେ ବାଦଲ ଫଟା ବର୍ଷା ହୋଇଥିବା ଯୋଗୁଁ ଉକ୍ତ ବ୍ଲକରେ ୫ଟି ପୋଲ,ଝୋଲା ପୋଲ,ଲୁହା ପୋଲ ଭାସିନେବା ସହିତ ବହୁ ଧନ ସମ୍ପତ୍ତି ନଷ୍ଟ ହୋଇଥିଲା ।

ଏହାକୁ ନେଇ ଆରଡ଼ି ବିଭାଗ ପକ୍ଷରୁ ପୋଲ ନିର୍ମାଣ କରାଯାଉଛି ।ତାହା ପ୍ରାୟ ୪ବର୍ଷ ହେବ ପୋଲ ନିର୍ମାଣ କାର୍ଯ୍ୟ ଚାଲୁରହିଥିବା ବେଳେ ବର୍ତମାନ ତାହା ନିର୍ମାଣ ଶେଷ ହୋଇଛି ।ତାହା ଉଭୟ ପାର୍ଶ୍ୱରେ ମାଟି ପକାଇ ମରାମତି କରି ଦିଆଯିବ ବୋଲି ଜଣାପଡିଛି ।

Leave A Reply

Your email address will not be published.