ସୂଚନା ଓ ଲୋକ ସମ୍ପର୍କ ବିଭାଗ ଉପନିର୍ଦ୍ଦେଶକଙ୍କ ରାୟଗଡ ଜିଲ୍ଲା ପରିଦର୍ଶନ

0 1

ରାୟଗଡରୁ ସରୋଜ କୁମାର ସାହୁ: ସୂଚନା ଓ ଲୋକ ସମ୍ପର୍କ ବିଭାଗର ଦକ୍ଷିଣାଅଚଂଳ ଉପନିର୍ଦ୍ଦେଶକ ଶ୍ରୀ ଗୁରୁବୀର ସିଂହ ଆଜି ରାୟଗଡ ଜିଲ୍ଲା ଗସ୍ତରେ ଆସି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାଯ୍ୟାଳୟ ପରିଦର୍ଶନ କରିଥିଲେ । ଏହି ପରିଦର୍ଶନ ସମୟରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାଯ୍ୟାଳୟର ବିଭିନ୍ନ କାଯ୍ୟକାରୀତା ପ୍ରଣାଳି, ହିସାବ ବିବରଣୀ ଉପରେ ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରିବା ସହ ସଠିକ ଭାବେ ଏବଂ ନିୟମ ମୁତାବକ ସମ୍ପାଦନ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । କାଯ୍ୟାଳୟର ଅନୁମୋଦିତ କର୍ମଚାରୀଙ୍କ ପଦବୀ ସଂଖ୍ୟା, ଖାଲି ପଡିଥିବା ପଦବୀ ସଂଖ୍ୟା, କାଯ୍ୟକ୍ରମ ବିଭିନ୍ନ ଅସୁବିଧା, କର୍ମଚାରୀଙ୍କର ବ୍ୟକ୍ତିଗତ ଅସୁବିଧା, ସମ୍ବାଦିକ ମାନଙ୍କର ବିଭିନ୍ନ ସମସ୍ୟା, ସୂଚନା କେନ୍ଦ୍ର ଓ ପାଠାଗାର ପରିଚାଳନା, ଉତ୍କଳ ପ୍ରସଙ୍ଗ, ଓଡିଶା ରିଭିୟୁ ଆଦିର ବିକ୍ରୟର ବିବରଣୀ ଆଦି ଉପରେ ଅନୁଧ୍ୟାନ କରିଥିଲେ । ଏହା ପୂର୍ବରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସହରରେ ଲଗାଯାଇଥିବା ବିଲ ବୋର୍ଡ (ହୋଡିଙ୍ଗ) ଅନୁଧ୍ୟାନ କରିଥିଲେ । ଏହା ପରେ ସଂସ୍କୃତି ବିଭାଗର ମ୍ୟୁଜିୟମ ପରିଦର୍ଶନ କରି ଏଠାରେ ସଂରକ୍ଷିତ ଥିବା ଦୁର୍ଲଭ ଉପକରଣକୁ ସଠିକ ଭାବରେ ପରିଚାଳନା ପାଇଁ ପରାମର୍ଶ ଦେଇଥିଲେ । ଏହି ପରିଦର୍ଶନ ସମୟରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ, ବଡବାବୁ ରାମଚନ୍ଦ୍ର ପାତ୍ର, ଗ୍ରନ୍ଥାଗାରିକ ଶ୍ରୀ ଡମ୍ବୁରୁଧର ପଣ୍ଡା, ସହକାରୀ ସଂଚାଳକ ଶ୍ରୀ ସମ୍ରାଟ ସାହୁ, ଶ୍ରୀକାନ୍ତ ବିଶ୍ୱାଳ, ରାଜେନ୍ଦ୍ର ଦୋରା, କାହ୍ନୁ ଚରଣ ପ୍ରଧାନ ପ୍ରମୁଖ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.