ଭୁବନେଶ୍ୱର (ଶାସକ ପ୍ରଶାସକ) : ଖରସ୍ରୋତା ପ୍ରକଳ୍ପ ପ୍ରସଙ୍ଗରେ ଓଡ଼ିଶା ସରକାର ଜନତାଙ୍କ ପ୍ରତିନିଧି ବଦଳରେ ଅହଙ୍କାରୀ ଓ ମାଫିଆ ଭଳି ଆଚରଣ ପ୍ରଦର୍ଶନ କରୁଛନ୍ତି ବୋଲି କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା କହିଛନ୍ତି |
ରାଜକନିକା ଭାରିଗଦାରେ ଖରସ୍ରୋତା ପ୍ରକଳ୍ପ ନେଇ ନିଜ ପ୍ରତିକ୍ରିୟାରେ ବୈଜୟନ୍ତ କହିଛନ୍ତି ଯେ “କେନ୍ଦ୍ରାପଡ଼ାର ଖରସ୍ରୋତା ନଦୀ ପାଣି ଅନ୍ୟ ଅଞ୍ଚଳରେ ଦେବା ଲାଗି ଏକ ପ୍ରକଳ୍ପ, ବିନା ଜନଶୁଣାଣିରେ ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେବା, ଅତ୍ୟନ୍ତ ଦୁର୍ଭାଗ୍ୟଜନକ। କେନ୍ଦ୍ରାପଡ଼ା ବର୍ତ୍ତମାନ ଭୂତଳ ଜଳ ହ୍ରାସ ସଙ୍କଟର ସାମ୍ନା କରୁଛି ଏବଂ ଏଥିପାଇଁ ସାଧାରଣ ଲୋକେ ଯଥାର୍ଥ ଭାବେ ଚିନ୍ତିତ ରହିଛନ୍ତି। ଯେଉଁଥିପାଇଁ ରାଜ୍ୟ ସରକାର ସେମାନଙ୍କୁ ପ୍ରଥମେ ବିଶ୍ୱାସକୁ ନେବା ଉଚିତ ଥିଲା ଓ ବୁଲଡୋଜର ଚଲାଇବା ବଦଳରେ ବିଚାରବିମର୍ଶ କରିବାର ଥିଲା।
ଯେକୌଣସି ପରିସ୍ଥିତିରେ ଏଭଳି ପ୍ରକଳ୍ପଗୁଡ଼ିକର ପରିବେଶ ଉପରେ ଏକ ବଡ଼ ପ୍ରଭାବ ପଡ଼ିଥାଏ। ତେଣୁ ଜନଶୁଣାଣି ଅତ୍ୟନ୍ତ ଆବଶ୍ୟକ। ଓଡ଼ିଶା ସରକାର ଜନତାଙ୍କ ପ୍ରତିନିଧି ବଦଳରେ ଅହଙ୍କାରୀ ଓ ମାଫିଆ ଭଳି ବ୍ୟବହାର କରୁଛି। ଜନତାଙ୍କ ବୃହତ ସ୍ୱାର୍ଥ ପାଇଁ ରାଜ୍ୟ ସରକାର ଏହାକୁ ପୁନଃ ବିଚାର କରିବା ଏବଂ ସାଧାରଣ ଲୋକଙ୍କ ସହ ନମ୍ର ହେବା ଉଚିତ।” ବୋଲି ଶ୍ରୀ ପଣ୍ଡା କହିଛନ୍ତି |
Sign in
Sign in
Recover your password.
A password will be e-mailed to you.