ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ବିଜେପି ଦଳର ଗଡ଼ ଭାବେ ପରିଚିତ କାଶୀନଗର ବ୍ଲକ ଅନ୍ତର୍ଗତ ହାଡୁଭାଙ୍ଗି ପଞ୍ଚାୟତ ଅଞ୍ଚଳର ଶତାଧିକ ବିଜେପି କର୍ମୀ ଦଳ ଛାଡି ବିଜେଡି ଦଳରେ ଯୋଗ ଦେଇଛନ୍ତି ।
ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ କାର୍ଯ୍ୟଧାରାରେ ହେବାସହ ବିଜେଡି ଦଳର ନୀତି-ଆଦର୍ଶରେ ଅନୁପ୍ରାଣିତ ହୋଇ ହାଡୁଭାଙ୍ଗି ପଞ୍ଚାୟତର ଚୁଡଙ୍ଗପୁର ଗ୍ରାମରେ ବିଜେଡି ଦଳର ଏକ ଦଳୀୟ କାର୍ଯ୍ୟକ୍ରମରେ ଶତାଧିକ ବିଜେପି କର୍ମୀ ବିଜେପି ଛାଡି ବିଜେଡି ଦଳରେ ଯୋଗ ଦେଇଛନ୍ତି ।
ଏହି ଶତାଧିକ ବିଜେପି କର୍ମୀ ବିଜେପି ଦଳ ଛାଡି ଚୁଡଙ୍ଗପୁର ଠାରେ ବିଜେଡି ଦଳର ବରିଷ୍ଠ ନେତା ତଥା ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ ଏବଂ ବିଜେଡି ଜିଲ୍ଲା ସଭାପତି ଶ୍ରୀ ପ୍ରଦୀପ ନାୟକଙ୍କ ଉପସ୍ଥିତିରେ ବିଜେଡି ଦଳରେ ଯୋଗ ଦେଇଥିଲେ । ବିଜେପି ଦଳ ଛାଡି ଆସିଥିବା ସେହି ଶତାଧିକ କର୍ମୀଙ୍କୁ ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁ , ବିଜେଡି ଜିଲ୍ଲା ସଭାପତି ଶ୍ରୀ ପ୍ରଦୀପ ନାୟକ , ବିଜେଡି ଜିଲ୍ଲା ଯୁବ ସଭାପତି ଶ୍ରୀ ଏସ: ଲିଙ୍ଗରାଜ ଏବଂ ବରିଷ୍ଠ ନେତା ଡ଼ଃ.ତିରୁପତି ପାଣିଗ୍ରାହୀ ପ୍ରମୁଖ ସେମାନଙ୍କୁ ଦଳୀୟ ଉତ୍ତରୀୟ ପିନ୍ଧାଇ ଦଳକୁ ସ୍ୱାଗତ କରିଥିଲେ ।
ଆଗାମୀ ଦିନ ମାନଙ୍କରେ ହାଡୁଭାଙ୍ଗି ପଞ୍ଚାୟତ ଅଞ୍ଚଳ ସମେତ ଖାରଡ଼ା ଓ କେ: ସୀତାପୁର ପ୍ରଭୃତି ପଞ୍ଚାୟତ ଅଞ୍ଚଳ ମାନଙ୍କରେ ଦଳୀୟ ସଂଗଠନ ସ୍ଥିତି ଅଧିକ ମଜଭୁତ ହେବାସହ ଦଳର ବିଭିନ୍ନ କାର୍ଯ୍ୟକ୍ରମ ଆହୁରି ଅଧିକ ଦୃଢ଼ୀଭୂତ ହେବାରେ ବେଶ ସହାୟକ ହୋଇପାରିବ ବୋଲି ବିଜେଡି ଦଳପକ୍ଷରୁ କୁହାଯାଇଛି ।
Sign in
Sign in
Recover your password.
A password will be e-mailed to you.