୨୨ରେ ବଲାଙ୍ଗିର ଗସ୍ତରେ ଆସିବେ କେନ୍ଦ୍ର ରେଳମନ୍ତ୍ରୀ ବୈଷ୍ଣବ

0 2

କଣ୍ଟାବାଞ୍ଜି: କେନ୍ଦ୍ର ସରକାରଙ୍କ ନୁତନ ମନ୍ତ୍ରୀ ମଣ୍ଡଳ ତିଆରି ହୋଇଥିବା ସମସ୍ତ ମନ୍ତ୍ରୀ ଗାଁକୁ ଗସ୍ତ କରିବାର କାର୍ଯ୍ୟକ୍ରମ ରବିଛି । ଏହି ସମୟରେ ଗାଁ ଲୋକଙ୍କ ସମସ୍ୟା ବୁଝିବେ । ସେହି ପରିପେକ୍ଷିରେ ଆସନ୍ତା ୨୨ ତାରିଖ ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ବଲାଙ୍ଗିର ଜିଲ୍ଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଏନେଇ ଆଜି ହରିଭବନ ଠାରେ ଜିଲ୍ଲା ସଭାପତି ଶିବାଜି ମହାନ୍ତିଙ୍କୁ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । କୁଚିଣ୍ଡା ପୁର୍ବତବ ବିଧାୟକ ତଥା ବିଜେପି ରାଜ୍ୟ ସାଧାରଣ ସଂପାଦକ ରବିନାରାୟଣ ନାଏକ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ରେଳ ମନ୍ତ୍ରୀଙ୍କ ଗସ୍ତର ସଂପୁର୍ଣ୍ଣ ବିବରଣି ଦେଇଥିଲେ । ଗସ୍ତ ସମୟରେ ୧୪ ରୁ ୧୫ ଟି ସ୍ଥାନରେ ମନ୍ତ୍ରୀ କାର୍ଯ୍ୟକ୍ରମ ରଖିଛନ୍ତି । କଲାହାଣ୍ଡି ରୁ ବଲାଙ୍ଗିର ମନ୍ତ୍ରୀ ଆସିବା ସମୟରେ ଯେଉଁ ସବୁ ଗାଁ ପଡିବ ସେହି ଗାଁ ମାନଙ୍କରେ ପୁର୍ବରୁ ଜିଲ୍ଲା ସଭାପତି ମାନେ ଆୟୋଜିତ କରିଥିବା କାର୍ଯ୍ୟକ୍ରମରେ ଯୋଗ ଦେବେ । ମନ୍ତ୍ରୀ ଗସ୍ତ ଯୋଗୁ ଏ ଅଂଚଳର ବିକାଶ ହେବ ଯେଉ ବିକାଶ ଦୀର୍ଘ ବର୍ଷରୁ ଅପୁରଣୀୟ ହୋଇ ରହିଥିଲା ତାହା ବର୍ତମାନ ପୁରଣ ହେବ ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ନାଏକ ସୁଚନା ଦେଇଥିଲେ । ଏହି ସାମ୍ବାଦିକ ସମ୍ମିଳନିରେ ବିଜେପି ରାଜ୍ୟ ସଂପାଦକ ଶିମାଂଚଳ ଖଟେଇ, ରାଜ୍ୟ କୃଷକ ମୋର୍ଚା ସାଧାରଣ ସଂପାଦକ ଲକ୍ଷ୍ମଣ ବାଗ, ବଲାଙ୍ଗିର ବିଧାୟକ ପ୍ରାର୍ଥୀ ଅନନ୍ତ ଦାସ, ପାଟଣାଗଡ ବ୍ଲକ ଅଧ୍ୟକ୍ଷ ଭକ୍ତବନ୍ଧୁୁ ନାଏକ ସହ ଅନ୍ୟ ବିଜେପ ପଦାଧିକାରି ଉପସ୍ଥିତ ଥିଲେ ।,

 

Leave A Reply

Your email address will not be published.