ପରସିଙ୍ଗାରେ ଖୋଲିଲା ନୂତନ ଟୀକା କେନ୍ଦ୍ର ।

0 1

ଭଦ୍ରକ ବ୍ଲକ(ସୀତାକାନ୍ତ ପାଢ଼ୀ)-:ଭଦ୍ରକ ବ୍ଲକ ଅଧିନସ୍ଥ ପରସିଙ୍ଗା ପଞ୍ଚାୟତରେ ଖୋଲିଲା ନୂତନ ଟୀକା କେନ୍ଦ୍ର। ଆଜି ପ୍ରଥମେ କରି ପରସିଙ୍ଗା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଏକ ନୂତନ ଟୀକା କେନ୍ଦ୍ର ଉଦ୍ଘାଟିତ ହୋଇଛି। ସ୍ଥାନୀୟ ସରପଞ୍ଚ ଅମୂଲ୍ୟ ଧଳ ଏହାର ଶୁଭାରମ୍ଭ କରିଛନ୍ତି। ଏହା ଦ୍ଵାରା ସ୍ଥାନୀୟ ଅଞ୍ଚଳର ଲୋକେ ଟୀକା ନେବାରେ ସୁବିଧା ପାଇ ପାରିବେ। ଦୈନିକ ଏଠାରେ ତିନି ଶହ ଜଣକୁ ଟୀକା ଦାନ କରିବାକୁ ସୁବିଧା କରାଯାଇଛି । ଟୀକା ନେଇ ସାରିବା ପରେ ବିଶ୍ରାମ ବେବସ୍ଥା କରାଯାଇଛି।ଆସୁଥିବା ଲୋକଙ୍କ ପାଇଁ ସମସ୍ତ ସୁବିଧା କରାଯାଇଛି ବୋଲି ସରପଞ୍ଚ ଶ୍ରୀ ଧଳ ସୂଚନା ଦେଇଛନ୍ତି।

Leave A Reply

Your email address will not be published.