https://www.youtube.com/watch?v=ICx6YBq668k
୭୫ ତମ ସ୍ୱାଧିନତା ଦିବସ ଅବସରରେ ରେଙ୍ଗାଲି ସ୍ୱାଧୀନ ଏକତା ସଂଗଠନ ର ନିଆରା ପ୍ରୟାସ
ସମ୍ବଲପୁର-ରମାକାନ୍ତ ବିଶ୍ବାଳ :ପବିତ୍ର ୭୫ ତମ ସ୍ୱାଧିନତା ଦିବସ ଅବସରରେ ସମ୍ବଲପୁର ଜିଲ୍ଲା ରେଙ୍ଗାଲିର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସ୍ୱାଧିନ ଏକତା ସଂଗଠନ ର ଏକ ନିଆରା ପ୍ରୟାସ l ସ୍ୱାଧୀନ ଏକତା ସଂଗଠନ ୭୫ ତମ ସ୍ୱାଧୀନତା ଦିବସ ଅବସରେ ରେଙ୍ଗାଲି ର ଏହି ସଙ୍ଗଠନ “ତବ ଶୁଭ ନାମେ ଜାଗେ” ନାମକ ଏକ ପୁସ୍ତକ ଉନ୍ମୋଚନ କରିଛନ୍ତି । ଯାହାକି ରେଙ୍ଗାଲି ତଥା ସମ୍ବଲପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଆଜି ବି ଅନେକ ସ୍ୱାଧିନତା ସଂଗ୍ରାମ ଅଛନ୍ତି ଯେଉଁ ମାନେ କି ସ୍ୱାଧିନତା ସଂଗ୍ରାମୀ ଭାବରେ ସ୍ବାଧୀନତା ସଂଗ୍ରାମରେ ନିଜ ଜୀବନକୁ ବଳିଦାନ ଦେଇଛନ୍ତି ଏବଂ ଲୋକେ ତାଙ୍କୁ ଆସି ନାହାଁନ୍ତି ସେମାନଙ୍କୁ ଲୋକ ଲୋଚନକୁ ଆଣିବା ପାଇଁ ବହୁ ଦିନର ର ପରିଶ୍ରମ ପରେ ଆଜି ଶେଷରେ ସ୍ୱାଧିନ ଏକତା ସଂଗଠନ ତବ ଶୁଭ ନାମେ ଜାଗେ ଏକ ପୁସ୍ତକ ଉନ୍ମୋଚନ କରିଛି l
ଏହି ପୁସ୍ତକ ରେ ଅନେକ ସ୍ବାଧୀନତା ସଂଗ୍ରାମୀ ଯେଉଁ ମାନେ କି ଭାରତ ସ୍ୱାଧିନତା ସଂଗ୍ରାମ ରେ ଯୋଗ ଦେଇ ଥିଲେ ଏବଂ ଭାରତ ସ୍ୱାଧିନତା କୁ ନିଜ ଆଖିରେ ଦେଖି ଥିଲେ ସେହି ସଂଗ୍ରାମୀ ସ୍ୱାଧିନତା ସଂଗ୍ରାମିଙ୍କୁ ସଂଗ୍ରାମୀ ନାମରେ ନାମିତ କରାଯାଇ ନାହିଁ ତାଙ୍କୁ ଏହି ସ୍ୱାଧିନ ଏକତା ସଂଗଠନ ର ନିଆରା ପ୍ରୟାସରେ ଲୋକ ଲୋଚନକୁ ଆଣି ଥିବାରୁ ରବିବାର ରେଙ୍ଗାଲି ବାସି ସମେତ ସାରା ସମ୍ବଲପୁର ସ୍ୱାଧିନ ଏକତା ସଂଗଠନ କୁ ପ୍ରଶଂସା କରିଥିଲେ l ସଂଗଠନ ର ସଭାପତି ରାଜିବ ମିଶ୍ର ଙ୍କ ସଭାପତିତ୍ବ ଓ ସଭ୍ୟ ତଥା ଯୁବ ସାମ୍ବାଦିକ ଉତ୍ତମ କୁମାର ବିଶ୍ବାଳଙ୍କ ମଞ୍ଚ ପରିଚାଳନାରେ ଅନୁଷ୍ଠିତ ପୁସ୍ତକ ଉନ୍ମୋଚନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ରେଙ୍ଗାଲି ନିର୍ବାଚନ ମଣ୍ଡଳୀର ଯୁବ ବିଧାୟକ ନାଉରି ନାୟକ,ସମ୍ମାନିତ ଅତିଥି ଭାବରେ ସ୍ବେଚ୍ଛାସେବୀ ତଥା ପୁର୍ବତନ ଜିଲ୍ଲା ଶିକ୍ଷା ନୀରିକ୍ଷକ ଭକ୍ତ ପ୍ରସାଦ ନନ୍ଦ,ବରିଷ୍ଠ ସାମ୍ବାଦିକ ଶିବ ନନ୍ଦ, ସାମ୍ବାଦିକ ହରିହର ନାଥ ପ୍ରମୁଖ ଯୋଗଦେଇ ପ୍ରଥମେ ଭାରତ ମାତାଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ଯାଅର୍ପଣ ପୁର୍ବକ ପ୍ରଦୀପ ପ୍ରଜ୍ଜ୍ଵଳନ କରି ସ୍ବାଧିନତା ସଂଗ୍ରାମୀଙ୍କ ଶ୍ରୁତି ଚାରଣ ସହ ସ୍ବାଧିନତା ପର ଭାରତର ସ୍ଥିତି ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ରେଙ୍ଗାଲି ର ପୂର୍ବତନ ବିଧାୟକ ଦୁର୍ଯ୍ୟୋଧନ ଗର୍ଡିଆ, ଅନ୍ତର୍ଯ୍ୟାମି ପାଣି , ଶଶୀଭୂଷଣ ସାହୁ,ଉଦୟ ଚନ୍ଦ ସାହୁ,କୈଳାସ ବିହାରି ଚୌଧୁରୀଙ୍କ ସହ ଅଞ୍ଚଳର ବହୁ ବୁଦ୍ଧିଜୀବୀ ଓ ସଂଗଠନ ସମସ୍ତ ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ। ଶେଷରେ ସଭ୍ଯ ଅନିଲ କୁମାର ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ।