ରେଙ୍ଗାଲି ଗ୍ରୀନ ଏସୋସିଏସନ ପକ୍ଷରୁ ବୃକ୍ଷରୋପଣ

0 2

ସମ୍ବଲପୁର/ ରମାକାନ୍ତ ବିଶ୍ବାଳ: ସମ୍ବଲପୁର ଜିଲ୍ଲା ରେଙ୍ଗାଲା ବ୍ଲକ ଗ୍ରୀନ ଏସୋସିଏସନ ପକ୍ଷରୁ ୭୫ ତମ ସ୍ୱାଧୀନତା ଦିବସ ଶୁଭ ଅବସରରେ ରେଙ୍ଗାଲି ତହସିଲ କାର୍ଯ୍ୟାଳୟ ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ରେଙ୍ଗାଲି ତହସିଲଦାର ସୁନିଲ କୁମାର ମେହେର ମୁଖ୍ଯ ଅତିଥି ଭାବରେ ଯୋଗ ଦେଇ ବୃକ୍ଷରୋପଣର ଶୁଭାରମ୍ଭ କରିଥିବା ବେଳେ ତହସିଲ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ଉପସ୍ଥିତ ରହି ତହସିଲ କାର୍ଯ୍ୟାଳୟ ପରିସରରେ ବିଭିନ୍ନ ପ୍ରଜାତିର ବୃକ୍ଷ ବୃକ୍ଷରୋପଣ କରିଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମରେ ରୁଦ୍ର ପ୍ରସାଦ ବିଶ୍ବାଳ,ଚିତ୍ତରଂଜନ ବାଗ,ଚତୁର୍ଭୁଜ ଭୋଇ,ପପୁ ବିଶ୍ବାଳ , ସାଧୁଚରଣ ଗର୍ଡିଆ , ଅଜିତ ବାଦୀ ,ବିକାଶ ସାରଙ୍ଗ ,ଆଦିତ୍ୟ ବାଗ , ସୁମନ୍ତ ବାଗ , କପିଳାସ ସାହୁ ସହ ଅନ୍ଯମାନେ ଉପସ୍ଥିତରହି କାର୍ଯ୍ଯକ୍ରମକୁ ପରିଚାଳନା କରିଥିଲେ।

Leave A Reply

Your email address will not be published.