ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ଅଧିନସ୍ଥ ନେହୁରୁ ଯୁବ କେନ୍ଦ୍ର ଆନୁକୂଲ୍ୟରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଠାରେ ଅବସ୍ଥିତ ଏନ୍ ୱାଇ କେ ର ମୁଖ୍ୟ କାର୍ଯ୍ୟାଳୟ ଠାରେ ୭୫ତମ ସ୍ବାଧୀନତା ଦିବସ ପାଳନ କରାଯାଇଛି।
ଉକ୍ତ କାର୍ଯ୍ୟକ୍ରମରେ ନେହୁରୁ ଯୁବ କେନ୍ଦ୍ରର ଜିଲ୍ଲା ଯୁବ ଅଧିକାରୀ ଶ୍ରୀମାନ ବିଜୟ କୁମାର ମହାପାତ୍ର ଜାତୀୟ ପତାକା ଉତ୍ତୋଳନ କରି ଯୁବା ମାନଙ୍କୁ ସମ୍ବର୍ଦ୍ଧନା କରିଥିଲେ। ତତ୍ ସହିତ ୭୫ତମ ସ୍ୱାଧୀନତା ଦିବସ ଉପଲକ୍ଷେ “ଆଜାଦୀ କି ଅମୃତ ମହୋତ୍ସବ”ସକାଶେ ଫିଟ୍ ଇଣ୍ଡିଆ ଫ୍ରିଡ଼ମ୍ ରନ୍ ର ଉଦଘାଟନ ନୁଆଗଡ ବ୍ଳକର ରଙ୍ଗମୁଣ୍ଡା ଗ୍ରାମରେ “ସତ୍ୟ ଜ୍ୟୋତି ଯୁବକ ସଂଘ”ଦ୍ବାରା ଏବଂ କାଶୀନଗର ବ୍ଳକର ବିସିରିଙ୍ଗି ଗ୍ରାମ ଠାରେ ” ଶ୍ରୀ ଶ୍ରୀ ଶ୍ରୀ ଗାରାମ୍ମାତାଲି ଯୁବକ ସଂଘ” ଓ କେ ସୀତାପୁର ଗ୍ରାମର ” ଝାନସୀରାଣୀ ଯୁବକ ସଂଘ” ଦ୍ବାରା କରାଯାଇଥିଲା।
ଉକ୍ତ କାର୍ଯ୍ୟକ୍ରମରେ ୭୫ ଗୋଟି ଯୁବକ ଯୁବତୀ ମାନେ ଯୋଗ ଦେଇଥିଲେ ଏବଂ ଜାତୀୟ ସଙ୍ଗୀତ ଗାନ କରି ସପଥ ପାଠ ଗ୍ରହଣ କରିଥିଲେ ଯେ, ଭାରତ ସମ୍ବିଧାନର ସମସ୍ତ ନିୟମ ଓ କୋଭିଡ୍ ଗାଇଡ୍ ଲାଇନ୍ ର ସମସ୍ତ ନିୟମକୁ ପାଳନ କରି ତତ୍ ସହିତ ପ୍ରତିଦିନ ୩୦ ମିନିଟ୍ ଦୌଡ , ବ୍ୟାୟାମ କରି ନିଜକୁ ସୁସ୍ଥ ରଖିବା ସହ ପରିବାର ବର୍ଗ , ସାଙ୍ଗ ସାଥି ଏବଂ ଚର୍ତୁପାର୍ଶ୍ଵରେ ଥିବା ସମସ୍ତଙ୍କୁ ଏଥିରେ ଯୋଗ ଦେଇ ନିୟମିତ ଭାବେ ଫିଟ୍ ରହିବା ଏବଂ ଏକ ସୁସ୍ଥ ସମାଜ ଗଢ଼ିବା ବୋଲି ସପଥ ନେଇଥିଲେ।
ଏହା ପରେ ଯୁବା ମାନେ ସାଂସ୍କୃତିକ କାର୍ଯ୍ୟକ୍ରମରେ ମଧ୍ୟ ଭାଗନେଇଥିଲେ ଓ ୨କି.ମି ଯାଏଁ “ଫିଟ୍ ଇଣ୍ଡିଆ ଫ୍ରିଡ଼ମ ରନ୍” କରିଥିଲେ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନୁଆଗଡ ବ୍ଳକର ରଙ୍ଗମୁଣ୍ଡା ଗ୍ରାମର ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସାମୁଏଲ୍ ରଇତ ସବୁଜ ପତକା ଦେଖାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବା ବେଳେ କାଶୀନଗର ବ୍ଳକର କେ.ସୀତାପୁରର ସରପଞ୍ଚ ୟୁରିଆଣି ଶବର ସବୁଜ ପତକା ଦେଖାଇ ନିଜ ସ୍ଥାନର କିଛି ପଞ୍ଚାୟତରେ କାର୍ଯ୍ୟକ୍ରମଟିକୁ ଉଦଘାଟନ କରିଥିଲେ। ଆଗାମୀ ଦିନ ମାନଙ୍କରେ ଅନ୍ୟ ୭୨ଗ୍ରାମରେ ଏହି ଭଳି କାର୍ଯ୍ୟକ୍ରମ କରାଯିବ ବୋଲି ନେହୁରୁ ଯୁବ କେନ୍ଦ୍ରର ଜିଲ୍ଲା ଯୁବ ଅଧିକାରୀ ସୂଚନା ଦେଇ ଧନ୍ୟବାଦ ଜଣାଇଥିଲେ।
Sign in
Sign in
Recover your password.
A password will be e-mailed to you.
Next Post