ସରକାରୀ ଇମ୍ଫା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୭୫ତମ ସ୍ବାଧୀନତା ଦିବସ ପାଳିତ

0 2

ରାୟଗଡରୁ ସରୋଜ କୁମାର ସାହୁ:ରାୟଗଡ ଜିଲ୍ଲାର ଥେରୁବାଲି ସ୍ଥିତ ସରକାରୀ ଇମ୍ଫା ଉଚ୍ଚ ପ୍ରାଥମିକ ବିଦ୍ଯାଳୟରେ ୭୫ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି । ଉକ୍ତ ବିଦ୍ଯାଳୟ ପରିଚାଳନା କମିଟିର ସଭାପତି ଶ୍ରୀ ଶକ୍ତି ପ୍ରସାଦ ପାଣିଗ୍ରାହୀ ମୁଖ୍ଯ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ବିଦ୍ଯାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତି ଶୁଧାଂସୁବାଳା ଦାସଙ୍କ ପ୍ରତ୍ଯେକ୍ଷ ତତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ଯକ୍ରମରେ ବିଦ୍ଯାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଏହି ଅବସରରେ ବିଭିନ୍ନ ପ୍ରକାର ପ୍ରତୀଯୋଗିତା ଯଥା, ଚିତ୍ରାଙ୍କନ, ବକ୍ତୃତା ଓ କୌତୁକ ପୋଷାକ ପ୍ରତିଯୋଗୀତାର ଆୟୋଜନ କରାଯାଇଥିଲା । ଏହି ପ୍ରତିଯୋଗୀତାରେ ବିଦ୍ଯାଳୟର ସର୍ବମୋଟ ୨୨ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ ପ୍ରତିଯୋଗୀତାରେ ଭାଗ ନେଇଥିବା ସମସ୍ତ ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ଶ୍ରୀ ଶକ୍ତି ପ୍ରସାଦ ପାଣିଗ୍ରାହୀ ପୁରସ୍କୃତ କରିଥିଲେ । ଏହି ଅବସରରେ ଭାରତର ଅମୃତ ମହୋତ୍ସବ ଉପଲକ୍ଷେ ବିଦ୍ଯାଳୟର ଚତୁର୍ପାଶ୍ବରେ ବୃକ୍ଷ ଚାରା ରୋପଣ କରାଯାଇଥିଲା । ଶେଷରେ ବିଦ୍ଯାଳୟର ଶିକ୍ଷୟିତ୍ରୀ ଶ୍ରୀମତୀ ତନୁଜାରାଣି ସାହୁ ମୁଖ୍ଯ ଅତିଥି ଓ ଉପସ୍ଥିତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.