ସମ୍ବଲପୁର/ରମାକାନ୍ତ ବିଶ୍ବାଳ-ଲପଙ୍ଗା ସ୍ଥିତ ଆଦିତ୍ୟ ଆଲୁମିନିୟମ ଦ୍ୱାରା ସର୍ବଜନ ବହୁ ପ୍ରତୀକ୍ଷିତ ୭୫ ତମ ସ୍ୱାଧୀନତା ଦିବସ ସ୍ଥାନୀୟ ପଣ୍ଡୋଲୋଇ ଓ ଲୁଧାପାଳି କଲୋନିରେ ମହାସମାରୋହରେ ପାଳନ କରାଯାଇଅଛି l ଅନୁଷ୍ଠିତ ଏହି କର୍ଯ୍ୟକ୍ରମରେ ଉଭୟ କଲୋନୀର ସମସ୍ତ ଶିଶୁ, ଛାତ୍ରଛାତ୍ରୀ ତଥା ଜନସାଧାରଣ ବହୁ ସଂଖ୍ୟାରେ ଯୋଗଦାନ କରିଥିଲେ ତଥା ସ୍ଵୟଂ ସହାୟକ ଗୋଷ୍ଠି ସଦସ୍ୟା ମାନେ କାର୍ଯ୍ୟକ୍ରମ ଆୟୋଜନ ରେ ସକ୍ରିୟ ଭୁମିକା ଗ୍ରହଣ କରିଥିଲେ l ପଣ୍ଡୋଲୋଇ କଲୋନିରେ ବୟୋଜ୍ୟେଷ୍ଠ ସମାଜସେବୀ ଦୈତାରୀ କିସାନ ଓ ଲୁଧାପାଳି କଲୋନିରେ ଶନିଶ୍ଚର ଖଡିଆ ପତାକା ଉତ୍ତୋଳନ କରି ଦିବସ ଉପରେ ଆଲୋକପାତ କରିଥିଲେ l ଶ୍ରୀମତୀ ସ୍ଵପ୍ନା ବେଶନ ଙ୍କ ନିର୍ଦ୍ଦେଶନା ରେ ସମୁହ ଜାତୀୟ ସଙ୍ଗିତ ଗାନ ସହିତ ଉଭୟ କଲୋନି କର୍ଯ୍ୟକ୍ରମ ରେ ପ୍ରଭାତ ଫେରି ମାଧ୍ୟମରେ ସମସ୍ତ ଅଂଶଗ୍ରହଣ କାରି ଗ୍ରାମ ପରିକ୍ରମା କରିଥିଲେ l ବନ୍ଦେ ମାତରମ୍ ବିଷୟ ଅର୍ନ୍ତଗତ ଚିତ୍ରାଙ୍କନ କାର୍ଯ୍ୟକ୍ରମ ଆୟୋଜନ କରାଯାଇ କୃତୀ ପ୍ରତିଯୋଗି ମାନଙ୍କୁ ପୁରସ୍କୃତ କରାଯାଇଥିଲା l ପାରିପାର୍ଶ୍ୱିକ ଉନ୍ନୟନ ବିଭାଗୀୟ ମୁଖ୍ୟ ଶ୍ରୀମତି ସ୍ୱେତା ଉପାଧ୍ୟାୟ ଓ ଶ୍ରୀଯୁକ୍ତ ମନୋରଞ୍ଜନ ବେହେରା ଙ୍କ ପ୍ରତ୍ଯକ୍ଷ ତତ୍ୱାବଧାନରେ ସଫଳତାର ସହିତ ଆୟୋଜନ କରାଯାଇ ସ୍ଥାନୀୟ ଜନସାଧାରଣଙ୍କ ଦ୍ୱାରା ପ୍ରଶଂସା ଭାଜନ ହୋଇପାରିଥିଲା l
