ରାୟଗଡ ଜିଲ୍ଲାସ୍ତରୀୟ ୭୫ତମ ସ୍ୱାଧୀନତା ଦିବସ ପାଳିତ

0 2

ରାୟଗଡରୁ ସରୋଜ କୁମାର ସାହୁ: ଜିଲ୍ଳାସ୍ତରୀୟ ୭୫ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି ।କୋଭିଡ ଗାଇଡଲାଇନ ମଧ୍ୟରେ ରାୟଗଡ ଜିଲ୍ଳା ସଦର ମହୁକମା ସ୍ଥିତ ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ଇଂରାଜୀ ବିଦ୍ୟାଳୟ ପଡିଆରେ ମୁଖ୍ୟ ଅତିଥି ଭାବେ ରାୟଗଡ ଜିଲ୍ଳାପାଳ ସରୋଜ କୁମାର ମିଶ୍ର ଯୋଗ ଦେଇ ସକାଳ ୯ ଘଟିକା ୧୫ ମିନିଟ ସମୟରେ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତୋଳନ କରି ଅଭିବାଦନ ଗ୍ରହଣ କରିଥିଲେ । ଏଥି ସହ ଜାତୀୟ ସଂଗ୍ରାମରେ ସାମିଲ ହୋଇ ଜାତି ଉଦ୍ଦେଶ୍ୟରେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ଦେଶଭକ୍ତ ତଥା ପ୍ରମୁଖ ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ଭକ୍ତିପୂତ ଶ୍ରଦ୍ଧାଂଜଳି ଅର୍ପଣ କରିଥିଲେ । କଠୋର ସାମାଜିକ ବ୍ୟବସ୍ଥା ବିରୋଧରେ ଦୃଢ ସ୍ୱର ଉତୋଳନ କରି ସ୍ୱାଧୀନତା ସଂଗ୍ରାମ ଓ ଭୂଦାନ ଆନ୍ଦୋଳନକୁ ରାୟଗଡ ଜିଲ୍ଲା ମାଟିର ସନ୍ତାନ ମାନେ ଏକ ନୂତନ ଦିଗଦର୍ଶନ ଦେବା ସହ ବେଠିପ୍ରଥା, ଜଙ୍ଗଲ ଆଇନର କଠୋରତା ତଥା ଅନ୍ୟାୟ ଭାବେ ନୀରିହ ଜନସାଧାରଣଙ୍କୁ ଶୋଷଣ ବିରୋଧରେ ଗୁଣପୁର ଉପଖଣ୍ଡର ସଉରା ଓ ବିଷମକଟକ କନ୍ଧମାନଙ୍କ ଆନ୍ଦୋଳନ ବ୍ରିଟିଶ ସାମ୍ରାଜ୍ୟକୁ ଦୋହାଲାଇ ଦେଇଥିଲା ବୋଲି ନିଜର ଅଭିଭାଷଣ ପ୍ରକାଶ କରିଥିଲେ । ରାଜ୍ୟର ବିକାଶ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ରାଜ୍ୟକୁ ଏକ ଉତରଦାୟୀ, କାର୍ଯ୍ୟକ୍ଷମ ଓ ସ୍ୱଚ୍ଛ, ସକ୍ରୀୟ ଓ ଉତମ ପ୍ରଶାସନ ପ୍ରଦାନ କରିବା ପାଇଁ ରାଜ୍ୟରେ 5Tର ଆହ୍ୱାନ ଦେଇଛନ୍ତି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, କାଳିଆ ଯୋଜନା, ଆମ ଗାଁ ଆମ ବିକାଶ, ପିଠା କାର୍ଯ୍ୟକ୍ରମ, ମହିଳା ସଶକ୍ତିକରଣ ପାଇଁ ମିଶନ ଶକ୍ତି, ସମସ୍ତଙ୍କୁ ଆଶ୍ରୟ ସୁରକ୍ଷା ପାଇଁ ବିଜୁ ପକ୍କାଘର ଯୋଜନା ଆଦି କାର୍ଯ୍ୟକାରୀ କରାଯାଉଛି ବୋଲି କହିଥିଲେ । ସେହିପରି ରାୟଗଡ ଜିଲ୍ଳାରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ହୋଇଥିବା ସଫଳତା ବିଷୟରେ ଅଭିଭାଷଣରେ କହିବା ସହ କୋଭିଡ ସହାୟତା, ଶିକ୍ଷା ବିଭାଗ, ଗ୍ରାମ୍ୟ ଉନ୍ନୟନ, ଜୀବିକା ମିଶନ, ଦିନଦୟାଲ ଉପାଧ୍ୟୟ ଗ୍ରାମୀଣ କୈାଶଳ ଯୋଜନା, କୃଷି, ଉଦ୍ୟାନ କୃଷି ବିଭାଗ, ମୃତିକା ସଂରକ୍ଷଣ ବିଭାଗ, ପ୍ରାଣୀ ସଂପଦ ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟକ୍ରମ, ମତ୍ସ୍ୟ ବିଭାଗ, ପାନୀୟ ଜଳ ଏବଂ ଜଳ ସେଚନ କ୍ଷେତ୍ରରେ ହୋଇଥିବା ସଫଳତାର କାର୍ଯ୍ୟକ୍ରମଗୁଡିକ ସହ ଜିଲ୍ଳାର ସାମଗ୍ରୀକ ବିକାଶ ନିମନ୍ତେ ଜିଲ୍ଳା ପ୍ରଶାସନ ଅହରହ ଉଦ୍ୟମ ଜାରି ରଖିଛି ଏବଂ ରାୟଗଡ ଜିଲ୍ଳାକୁ ରାଜ୍ୟର ଏକ ଉକୃଷ୍ଟ ଜିଲ୍ଳାରେ ପରିଣତ କରିବା ତଥା ଆଦିବାସୀ ଓ ଦଳିତ ସଂପ୍ରଦାୟର ସମୂହ ଉନ୍ନତି ଆମର ଲକ୍ଷ୍ୟ ବୋଲି ଜିଲ୍ଲାବାସୀଙ୍କୁ ମୁଖ୍ୟ ଅତିଥି ଜିଲ୍ଲାପାଳ ଶ୍ରୀ ମିଶ୍ର ଉଦବୋଧନ ଦେଇଥିଲେ । ଏହା ପରେ ମୁଖ୍ୟ ଅତିଥି ଶ୍ରୀ ମିଶ୍ରଙ୍କ ଦ୍ୱାରା ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରି ପ୍ରଶଂସିତ ହୋଇଥିିବା ରାୟଗଡ ପୈାର ପାଳିକାର ସଫେଇ କର୍ମଚାରୀ , ଆଇସିଡିଏସ’ର , ସ୍ୱାସ୍ଥ୍ୟ ବିଭାଗର , ଅଗ୍ନିଶମ ଓ ପୋଲିସ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କ ସମେତ ସାମାଜିକ ସେବା ଯୋଗାଇ ଆସୁଥିବା ଅନୁଷ୍ଠାନକୁ ଉପଢୈାକନ ଦେଇ ସମ୍ମାନୀତ ସହ ମାନପତ୍ର ପ୍ରଦାନ କରିଥିଲେ । ସେହିପରି ସ୍ୱାଧୀନତା ଦିବସ ଉପଲକ୍ଷେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତି ଅର୍ଜନ କରିଥିବା ବିଦ୍ୟାର୍ଥୀଙ୍କୁ ପୁରସ୍କାର ଘୋଷଣା ହୋଇଥିବା ବେଳେ କୋଭିଡ୍ ଗାଇଡଲାଇନ ଯୋଗୁଁ ସେମାନେ ଉପସ୍ଥିତ ନ ଥିବାରୁ ସେମାନଙ୍କ ପୁରସ୍କାରକୁ ତାଙ୍କ ଶିକ୍ଷାନୁଷ୍ଠାନକୁ ପଠାଯିବାର ବ୍ୟବସ୍ଥା କରାଯାଇଛି । ମୁଖ୍ୟ ଅତିଥି ଶ୍ରୀ ମିଶ୍ରଙ୍କ ଦ୍ୱାରା ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ସେବା ସମାଜ ଅନାଥଶ୍ରମ, ଜିଲ୍ଳା ଉପକାରାଗାର, ବୃଦ୍ଧାଶ୍ରମ ଓ ସ୍ୱଧାର ଗୃହ ଅନ୍ତେବାସୀଙ୍କୁ ଫଳ ଓ ମିଷ୍ଟାନ ବଂଟନ କରାଯାଇଥିଲା । ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ ଦ୍ୱାରା ସହରରେ ପ୍ରାତଃ ୫ ଘଣ୍ଟା ସମୟରେ ରାମଧୂନ ପ୍ରଚାର କରାଯାଇଥିବା ବେଳେ ସରକାରୀ ଓ ବେସରକାରୀ ଅନୁଷ୍ଠାନଗୁଡିକରେ କର୍ମଚାରୀଙ୍କ ଉପସ୍ଥିତିରେ ସକାଳ ସାଢେ ୭ ଘଣ୍ଟା ୩୦ ମିନିଟ ସମୟରେ ସାମାଜିକ ଦୂରତା ଓ ମାସ୍କ ପରିଧାନ କରି ଜାତୀୟ ପତକା ଉତୋଳନ କରାଯାଇଥିଲା ଏବଂ ସହରରେ ଅବସ୍ଥାପିତ ବରପୁତ୍ର ମାନଙ୍କୁ ମାଲ୍ୟାର୍ପଣ କରାଯାଇଥିଲା । କୋଭିଡ୍‌-19 ନିୟମାନୁଯାୟୀ ସାମାଜିକ ଦୂରତା ଅବଲମ୍ବନ କରି ମାସ୍କ ବ୍ୟବହାର ସହ ନିରାଡମ୍ବର ଭାବରେ ସୀମତି ଅତିଥି, ପଦାଧିକାରୀ, ଗଣମାଧ୍ୟମ ପ୍ରତିନିଧି ଏବଂ କୋଭିଡ ଯୋଦ୍ଧାଙ୍କୁ ନେଇ ଜିଲ୍ଳାସ୍ତରୀୟ ୭୫ତମ ସ୍ୱାଧୀନତା ଦିବସ ପାଳନ ହୋଇଯାଇଛି । ଏଥିରେ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ବିବେକାନ୍ଦ ଶର୍ମା, ଜିଲ୍ଳା ପରିଷଦ ସଭ୍ୟ ଗଙ୍ଗାଧର ପୁଆଲା, ଅତିରିକ୍ତ ଜିଲ୍ଳାପାଳ ସୋମନାଥ ପ୍ରଧାନ, ପିଡି-ଡିଆରଡିଏ ମହେଶ୍ୱର ନାୟକ, ଉପଜିଲ୍ଳାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ପିଏ-ଆଇଟିଡିଏ ଟୁକୁ ବାରିକ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଦୁଃଶାସହ ପ୍ରହରାଜ, ଜିଲ୍ଲା ମତ୍ସ୍ଯ ଅଧିକାରୀ ଚୁଲlକାନ୍ତି ତାଜନ, ଜିଲ୍ଳା ମଙ୍ଗଳ ଅଧିକାରୀ, ଜିଲ୍ଳା କ୍ରୀଡା ଅଧିକାରୀ, ପୈାର ପରିଷଦ ନିର୍ବାହୀ ଅଧିକାରୀଙ୍କ ସମେତ ଅନ୍ୟ ପଦାଧିକାରୀମାନେ ଉପସ୍ଥିତ ରହିଥିବା ବେଳେ ଜିଲ୍ଳା ସୂଚନା ଓ ଲୋକ ସଂପର୍କ ବିଭାଗ ଅଧିକାରୀ ବସନ୍ତ କୁମାର ପ୍ରଧାନ ଜିଲ୍ଲା ଗ୍ରନ୍ଥାଗାରିକ ଡମ୍ବୁରୁଧର ପଣ୍ଡା ଓ ଅନ୍ୟ କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave A Reply

Your email address will not be published.