ଟିଟିଲାଗଡ, (ଗୌରବ ଦର୍ଜୀ)-ଆଜି ଟିଟିଲାଗଡ ସହର ସ୍ଥିତ ସ୍ଥାନୀୟ ହାଇସ୍କୁଲ ପଡ଼ିଆରେ ୭୫ତମ ସ୍ବାଧିନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଆଜି ର ଏହି ଦିବସ ରେ ମୁଖ୍ୟ ଅତିଥି ଶ୍ରୀ ମନୋଜ ସତ୍ୟବାନ ମହାଜନ ସକାଳ ୯ ଘଣ୍ଟା ୧୫ ମିନିଟ ସମୟରେ ଜାତୀୟ ପତାକା ଉତ୍ତୋଳନ କରି ଉଦବୋଧନ ଦେଇଥିଲେ। ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ସକାଳ ୪ ଘଂଟା ୩୦ ମିନିଟ ସମୟ ରେ ରାମ ଧୂନ୍ ପରିବେଷଣ କରାଯାଇଥିଲା। ସକାଳ ୭ ଘଣ୍ଟା ୩୦ ମିନିଟ ରେ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡିକରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। କୋଭିଡ-୧୯ ଗାଇଡ ଲାଇନ ଓ ଗୃହ ବିଭାଗ ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶକ୍ରମେ ବିଭିନ୍ନ ବିଭାଗ ର କୋଭିଡ ଯୋଦ୍ଧା ମାନଙ୍କୁ ସମ୍ମାନର ସହ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା। ଏହି କ୍ରମରେ ଟିଟିଲାଗଡ ସ୍ବାସ୍ଥ୍ୟ ବିଭାଗ ର ୧୦ ଜଣ, ପୌରପରିଷଦ ର ୧୨ଜଣ ପୋଲିସ ବିଭାଗ ର ୧୨ ଜଣଙ୍କୁ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗ ର ଅଧିକାରୀ , ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ରହିଥିଲେ। ଭାରପ୍ରାପ୍ତ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଡଃ ଲଳିତ ବାଗ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.