ଗରିବ ଅସହାୟଙ୍କ ପାଇଁ ପଦ୍ମପୁରରେ ଟଙ୍କିକିଆ କ୍ଳିନିକ ଆରମ୍ଭ କଲେ ଡ଼.ଶଙ୍କର ରାମଚନ୍ଦାନୀ ।

0 1

ପଦ୍ମପୁର(ଶାସକପ୍ରଶାସକ)-ବର୍ତମାନ ସମୟରେ କାହାକୁ କିଛି ରୋଗ ହେଲେ ଚିକିତ୍ସିତ ହେବା ପାଇଁ ଜହାର ଜହାର ଟଙ୍କା ଖର୍ଚ କରିବାକୁ ପଡିଥାଏ । ହେଲେ ହରିବ ଅସହାୟ ଶ୍ରେଣିର ଲୋକମାନେ ଟଙ୍କା ଅଭାବ କାରଣରୁ ଚିକିତ୍ସିତ ହୋଇନପାରୁ ମୃତ୍ୟୁବରଣ ମଧ୍ୟ କରୁଛନ୍ତି ପଦ୍ମପୁର ଉପଖଣ୍ଡ ଭଲି ଏକ ଉପାନ୍ତ ଅଂଚଳର ଜନସାଧାରଣ ଚିକିତ୍ସିତ ହେବା ପାଇଁ ବୁର୍ଲା,କଟକ ଯାଇ ବହୁ ହଇରାଣ ହେବା ସହ ବହୁ ଖର୍ଚାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଗରିବ ଶ୍ରେଣୀର ଲୋକମାନେ ପଦ୍ମପୁର ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ହେଲେ ସେମାନଙ୍କ ଯେଉଁ ପ୍ରକାର ଚିକିତ୍ସା ଦରକାର ସେମାନେ ସେହି ଚିକିତ୍ସା ପାଇ ପାରୁ ନାହାଁନ୍ତି। ପଦ୍ମପୁର ଭଲ ଉପାନ୍ତ ଅଂଚଳରେ ବୁର୍ଲା ଭିମସାରର ଡ. ଶଙ୍କର ରାମଚନ୍ଦାନୀ ଏକ ଟଙ୍କା ବିନିମୟ ମୂଲ୍ୟରେ ଚିକିତ୍ସା ଯୋଗାଇ ଦେଉଛନ୍ତି ବର୍ତମାନ ସମୟରେ ଏକ ଟଙ୍କ ବିନିମୟରେ କୌଣସି ଜିନିଷ ମିଳୁନଥିବା ବେଲେ ଡା. ରାମଚନ୍ଦାନୀ ଟଙ୍କା ବିନିମୟରେ ପଦ୍ମପୁର ଅଂଚଳର ଜନସାଧାରଣଙ୍କୁ ଚିକିତ୍ସା ଯୋଗାଇ ଦେବା ସହ ସେମାନଙ୍କୁ ବିନା ମୂଲ୍ୟରେ ଔଷଧ ଯୋଗାଇ ଦେଉଛନ୍ତି ୭୫ତମ ସ୍ଵାଧନତା ଦିବସ ଅବସରରେ ପଦ୍ମପୁର ସହରରେ ତାଙ୍କର ଏକ ଟଙ୍କିଆ କ୍ଲିନିକ ଆରମ୍ଭ କରିଛନ୍ତି ଏହି କ୍ଲିନିକରେ ଏକ ଟଙ୍କା ବିନିମୟରେ ରୋଗୀଙ୍କୁ ଚିକିତ୍ସା କରିବା ସହ ମାଗଣାରେ ଔଷଧ ଯୋଗାଇ ଦେଉଛନ୍ତି । ପଦ୍ମପୁର ଅଂଚଳର ଆଖପାଖ ଗାଁ ମାନଙ୍କର ଗରିବ ଅସହାୟଲୋକମାନେ ଆସି ନମ୍ବର ଅନୁସାରେ ଡାକ୍ତରଙ୍କ ଠାରେ ଚିକିତ୍ସିତ ହୋଇଥିଲେ ଡା. ଶଙ୍କର ରାମଚନ୍ଦାନିଙ୍କ ପାଖରେ ଚିକିତ୍ସିତ ହୋଇ ବେଶ ଆତ୍ମପ୍ତି ଅନୁଭବ କରିବା ସହ କମ ମୂଲ୍ୟରେ ଏବଂ ନିଜ ଅଂଚଳରେ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ପାଇ ବେଶ ଖୁସି ଅନୁଭବ କରିଛନ୍ତି ।

Leave A Reply

Your email address will not be published.