ବଲାଙ୍ଗୀର ରେ ୭୫ ତମ ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସ ପାଳିତ।

0 2

ବଲାଙ୍ଗୀର/ ନିରୋଜ ମିଶ୍ର: ଆଜି ରିଜର୍ଭ ପୋଲିସ ମନୋହର ପୁର ପ୍ୟାରେଡ଼ ପଡ଼ିଆରେ ୭୫ ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ତେବେ ଆଜିର ଏହି ଅବସରରେ ଗ୍ରାମ୍ୟ ଉନ୍ନୟନ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ ସହ ଅଭିବାଦନ ଦେଇଥିଲେ।ଯେଉଁଥିରେ ୭୫ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶର ମହାନ ସଂଗ୍ରାମୀ ତଥା ଦେଶ ଭକ୍ତ ଙ୍କ ସ୍ମୃତି ଚାରଣ କରିଥିଲେ।ଓ ମହା ସଂଗ୍ରାମୀ ଙ୍କ ବଳିଦାନ ର ଗାଥା ସହ ସେମାନେ ଦେଶ ପ୍ରତି ଦେଇଥିବା ବଳିଦାନ କୁ ସୁସମ୍ମାନ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହି ଅବସରରେ ବଲାଙ୍ଗୀର ଜିଲ୍ଲା ପାଳ ଚଞ୍ଚଲା ରାଣା,ଆରକ୍ଷୀ ଅଧକ୍ଷ ଶ୍ରୀ ନିତିନ କୁଶଳକର, ଏସ,ଡ଼ି,ପି,ଓ, ତୋଫାନ ବାଗ,ଙ୍କ ଉଚ୍ଚ ପଦସ୍ତ ଅଧିକାରୀ ଏବଂ ଲୋକ ସମ୍ପର୍କ ବିଭାଗ ଅଧିକାରୀ ଶ୍ରୀ ଜୟ ଦେବ ପାଣିଗ୍ରାହୀ ଉପସ୍ଥିତ ଥିଲେ।ତେବେ ଆଜିର ଏହି ସ୍ବାଧୀନତା ଦିବସ ଅବସରରେ ପ୍ରାତଃ ୪,୩୦ମିନିଟ ରେ ରାମଧୁନ,ସକାଳ ୭ଟା ସମୟରେ ସରକାରୀ ବେସରକାରୀ ଅନୁଷ୍ଠାନ,ଶିକ୍ଷାନୁଷ୍ଠାନ ଜାତୀୟ ପତାକା ଉତ୍ତୋଳନ ସରିଥିବା ବେଳେ ୭,୪୫ ରୁ ୮,୧୫ ମିନିଟ ରେ ଗାନ୍ଧିନଗର ପଡା ସ୍ଥିତ ମହାତ୍ମାଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି କଚେରୀ ଛକ ସ୍ଥିତ ଡ଼ ବି,ଆର,ଆମ୍ବେଦକରଙ୍କ ପ୍ରତିମୃତ୍ତି,ଗାନ୍ଧୀ ଭବନ ସମୁଖସ୍ଥ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି,ଶିଶୁ ଉଦ୍ୟାନ ନିକଟସ୍ଥ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ସହ ସକାଳ ୯,୧୫ ମିନିଟରେ ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ଙ୍କ ଦ୍ଵାରା ଜିଲ୍ଲା ସ୍ଥରୀୟ ୭୫ତମ ସ୍ବାଧୀନତା ଦିବସ ଉତ୍ସବରେ ଜାତୀୟ ପତାକା ଉତ୍ତୋଳନ ସହ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା।ଅନ୍ୟପଟେ ଏହି ଅବସରରେ ସ୍ୱାସ୍ଥ୍ୟ କାର୍ମ୍ମୀ,ଅଙ୍ଗେନ ବାଡ଼ି, କାର୍ମ୍ମୀ,ସଫେଇ କର୍ମ ଚାରି କୋଭିଡ ଯୋଦ୍ଧା ଭାବେ ଉପସ୍ଥିତ ଥିବାବେଳେ ମାନ୍ୟବର ମନ୍ତ୍ରୀ ସମସ୍ତ କୋଭିଡ ଯୋଦ୍ଧା ଙ୍କୁ ସମ୍ମାନ ଜଣାଇବା ସହ ତାଙ୍କ ସହ ଫୋଟୋ ମଧ୍ୟ ଉଠାଇଥିଲେ।

Leave A Reply

Your email address will not be published.